ପେଟିଏମରେ ସିନେମା ଦେଖା: ଘରେ ବସି କରି ପାରିବେ ବୁକିଂ

ନୂଆଦିଲ୍ଲୀ: ପେଟିଏମ ବ୍ୟବହାରକାରୀ ପାଇଁ ଏକ ଖୁସି ଖବର। ଏଣିକି ପେଟିଏମ  ‘100 ଚଙ୍କାର ସିନେମା’  ସେଗମେଣ୍ଟକୁ ଆରମ୍ଭ କରିଛି। ଯେବେ ଟିକେଟର ମୂଲ୍ୟ 100 ଟଙ୍କାରୁ କମ୍ ହୋଇଥିବ ଗ୍ରାହକ ଏହାର ଫାଇଦା ନେଇ ପାରିବେ। କମ୍ପାନୀର  କହିବା ଅନୁଯାୟୀ କଲେଜ ପିଲା ଓ ଅନ୍ୟଗ୍ରାହକଙ୍କୁ ସୁବିଧାରେ ଟିକେଟ ଯୋଗାଇ ଦେବାକୁ ଏହା ହେଉଛି ଏକ ବିକଳ୍ପ ଉପାୟ। ଏହି ସେବାର ଲକ୍ଷ୍ୟ ସିନେପ୍ରେମୀଙ୍କୁ ସୁହାଇଲା ଭଳି ଦରରେ  ଟିକେଟ ଯୋଗାଇବା । ସ୍ୱତନ୍ତ୍ର ଭାବରେ ଏହା କଲେଜ ପଢୁଆ ଯୁବପିଢିଙ୍କୁ ଆକୃଷ୍ଟ କରିବ ବୋଲି କଂପାନୀର ମୁଖ୍ୟ ଅର୍ଥନୈତିକ ଅଧିକାରୀ ଓ ମୁଖ୍ୟ ଉପସଭାପତି ମଧୁର୍ ଦେୱରା କହିଛନ୍ତି। ଅନଲାଇନ ବୁକିଂ ବେଳେ  ପ୍ରଥମେ ‘ 100 ଟଙ୍କାର ସିନେମା’ କ୍ୟଟେଗୋରୀକୁ  ଯାଇ କ୍ଲିକ କରନ୍ତୁ। ପରେ ନିଜ ପସନ୍ଦର ସିନେମା ,ସୋ ଟାଇମ ଓ ସିଟ୍ କୁ ବୁକିଂ କରନ୍ତୁ। ଏହି ସେବା ପାଖାପାଖି 550 ସହରରେ 3500 ସ୍କ୍ରିଂନରେ ଉପଲବ୍ଧ ହେବ। ଏହା ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି କମ୍ପାନୀ ଆଶା ରଖିଛନ୍ତି।