ପାରାଗୁଏରେ ବନ୍ୟା: ୩୦ହଜାର ଲୋକ ପ୍ରଭାବିତ

ଅଶନସିଓନ: ପାରାଗୁଏରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଛି । ପାରାଗୁଏ ନଦୀରେ ଜଳସ୍ତର ବୃଦ୍ଧି ହେବା କାରଣରୁ ଏହି ଅଞ୍ଚଳରେ ବନ୍ୟା ଆସିଛି । ବନ୍ୟା ଯୋଗୁଁ ପ୍ରାୟ ୩୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ମ୍ୟୁନିସିପାଲ୍ ଏମରଜେନ୍ସି ଆଣ୍ଡ ଡିଜାସ୍ଟର୍ କାଉନସିଲ ଏହି ସୂଚନା ଦେଇଛନ୍ତି ।

କାଉନସିଂଲ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ବନ୍ୟା ପ୍ରଭାବିତ ୬ହଜାର ପରିବାରଙ୍କୁ ୬୬ଟି ଶିବିରରେ ଆଶ୍ରୟ ଦିଆଯାଇଛି । ସେମାନଙ୍କୁ ବିଜୁଳି, ପାଣି ଓ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି।

ଅନ୍ୟପକ୍ଷରେ ବନ୍ୟା ପ୍ରଭାବିତ ଅଞ୍ଚଳର କିଛି ଲୋକ ନିଜ ଘର ଛାଡି ବନ୍ୟା ଆଶ୍ରୟ ସ୍ଥଳୀକୁ ଯିବାକୁ ମନା କରିଦେଇଛନ୍ତି ।