ଆପଣଙ୍କ ବ୍ରାଉଜିଂ ଡାଟା ବିକ୍ରି ହେଉଛି ମାତ୍ର ୭୦୦ ଟଙ୍କାରେ

ନୂଆଦିଲ୍ଲୀ: ଲୋକପ୍ରିୟ ନେଟ ବ୍ରାଉଜର ଗୁଗୁଲ କ୍ରୋମ୍ ଏବଂ ମୋଜିଲା ଫାୟରଫକ୍ସ ଲକ୍ଷ ଲକ୍ଷ ଲୋକଙ୍କ ଡାଟା ଚୋରି କରୁଛନ୍ତି। ଖାଲି ବ୍ରାଉଜିଂ ଡାଟା ନୁହଁ ଆପଣଙ୍କ ବ୍ୟାଙ୍କିଂ ଡାଟା ମଧ୍ୟ ଲିକ୍ କରୁଛନ୍ତି ବୋଲି ସାଇବର ସିକ୍ୟୁରିଟି ବିଶେଷଜ୍ଞ  ସାମ୍ ଜଦଲି ଦାବି କରିଛନ୍ତି। ନାକୋ ଆନାଲିଟିକ୍ସ ନାମକ ସଂସ୍ଥା ମୋଜିଲା ଏବଂ ଗୁଗୁଲ କ୍ରୋମରୁ ଡାଟା ଚୋରି କରୁଛି ବୋଲି ସାମ୍ ଜଦଲି ଦାବି କରିଛନ୍ତି।

ଏହି ଡାଟା ଗୁଡ଼ିକ ୧୦ ଡଲାରରୁ ୫୦ ଡଲାର ମଧ୍ୟରେ ବିକ୍ରି ହେଉଥିବାର ଝବର ଆରସ ଟେକ୍ନିଆ ଡଟ୍ କମ୍ ଓ୍ୱେବସାଇଟରେ ପ୍ରକାଶ ପାଇଛି। ମୁଖ୍ୟତଃ ବିଜ୍ଞାପନରୁ ବର୍ତ୍ତିବା ପାଇଁ କମ୍ପ୍ୟୁଟର ବ୍ୟବହାରକାରୀ ଆଡ୍ ବ୍ଲକ ଆପ୍ଲିକେସନକୁ ମୋଜିଲା ଏବଂ ଗୁଗୁଲ କ୍ରୋମରେ ଆକ୍ଟିଭ କରିଥାନ୍ତି। ଏହି ଆଡ୍ ବ୍ଲକ ଆପ୍ଲିକେସନ ଜରିଆରେ କମ୍ପ୍ୟୁଟର ବ୍ୟବହାରକାରୀଙ୍କ ଡାଟା ଚୋରି କରାଯାଉଥିବା ଜଣାପଡ଼ିଛି।