ନୂଆବର୍ଷରୁ ଏନ୍‌ଇଏଫ୍‌ଟି ହେବ ଦେୟମୁକ୍ତ

ନୂଆଦିଲ୍ଲୀ: ୨୦୨୦ ମସିହା ଜାନୁଆରୀରୁ ଅର୍ଥାତ ନୂଆବର୍ଷରୁ ଏନ୍‌ଇଏଫ୍‌ଟି ଜରିଆରେ ଅର୍ଥ କାରବାର ବ୍ୟାଙ୍କ ଉପଭୋକ୍ତାଙ୍କୁ ଶୁଳ୍କ ଦେବାକୁ ପଡ଼ିବନି। ସମସ୍ତ ବ୍ୟାଙ୍କ ଏପରି କରିବା ବାଧ୍ୟତାମୂଳକ ବୋଲି ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏକ ପ୍ରେସ୍‌ ବିବୃତ୍ତି ଜାରି କରି କୁହାଯାଇଛି। ଆରବିଆଇ ପକ୍ଷରୁ କୁହାଯାଇଛି, ଡିଜିଟାଲ ପେମେଣ୍ଟସ୍‌କୁ ପ୍ରୋତ୍ସାହନ ଦେବାପାଇଁ ଏଭଳି କରାଯାଇଛି।

ଜୁଲାଇ ଆର୍ଥିକ ନୀତି ସମୀକ୍ଷା ବୈଠକରେ ଆରବିଆଇ ପକ୍ଷରୁ କୁହାଯାଇଥିଲା ଏନ୍‌ଇଏଫ୍‌ଟି ଏବଂ ଆରଟିଜିଏସ୍‌ କାରବାର ଦେୟମୁକ୍ତ ହେବା ନେଇ ଘୋଷଣା କରାଯାଇଥିଲା। କିନ୍ତୁ ଏଥିପାଇଁ ବ୍ୟାଙ୍କ ତାରିଖ ନିର୍ଦ୍ଧାରଣ କରାଯାଇନଥିଲା।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଆରମ୍ଭରୁ ହିଁ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ମୋଦିଙ୍କର ବହୁ ଭାଷଣରେ ମଧ୍ୟ ସ୍ଥାନ ପାଇସାରିଛି।