ମୁଶାରଫଙ୍କ ବିସ୍ଫୋରକ ବୟାନ: ୨୦୦୨ରେ ଭାରତ ଉପରେ ପରମାଣୁ ବୋମା ପକାଇବାକୁ ପାକିସ୍ତାନ ସ୍ଥିର କରିଥିଲା

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ୍‌ଙ୍କ ଚାଞ୍ଚଲ୍ୟକର ବୟାନ ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେ କହିଛନ୍ତି ଯେ ୨୦୦୧ରେ ଭାରତୀୟ ସଂସଦରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଠିକ୍‌ ପରେ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଅଧିକ ତିକ୍ତତା ହୋଇଯାଇଥିଲା। ଏହାପରେ ୨୦୦୨ରେ ଭାରତ-ପାକିସ୍ତାନ ମଧ୍ୟରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ଉପୁଜିଥିଲା। ହେଲେ ପାକିସ୍ତାନ ଜାଣିଥିଲା ଯେ ଯୁଦ୍ଧ ହେଲେ ପାକିସ୍ତାନ ପୁଣି ପରାସ୍ତ ହେବ। ସେଥିପାଇଁ ତତ୍‌କାଳୀନ ରାଷ୍ଟ୍ରପତି ମୁଶାରଫ ଭାରତ ଉପରେ ପରମାଣୁ ଆକ୍ରମଣ କରିବା ପାଇଁ ସ୍ଥିର କରିଥିଲେ। ହେଲେ ଏହାର ଭୟାଭୟତା ଓ ଭାରତ ପକ୍ଷରୁ ଜବାବୀ ହମ୍‌ଲାକୁ ନଜରରେ ରଖି ମୁଶାରଫ ଏହି ନିଷ୍ପତ୍ତିରୁ ଓହରି ଯାଇଥିଲେ। ଜାପାନର ଏକ ଦୈନିକ ଖବର କାଗଜକୁ ସାକ୍ଷାତକାର ଦେଇ ମୁଶାରଫ ଏହା କହିଛନ୍ତି।