ଇତିହାସ ହୋଇଯିବ ପେଟ୍ରୋଲ୍‌-ଡିଜେଲ୍‌ କାର୍? କେବେ ଓ କାହିଁକି? ପଢ଼ନ୍ତୁ

ନୂଆଦିଲ୍ଲୀ: ଆଉ ଦେଖିବାକୁ ମିଳିବ ନାହିଁ ପେଟ୍ରୋଲ-ଡିଜେଲ୍‌ରେ ଚାଲୁଥିବା କାର୍। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ୮ ବର୍ଷ ମଧ୍ୟରେ ପେଟ୍ରୋଲ-ଡିଜେଲ୍‌ କାର୍ ସବୁ ଦିନ ପାଇଁ ବନ୍ଦ ହୋଇଯିବ। ପେଟ୍ରୋଲ ପମ୍ପ୍‌ ଓ ସ୍ପେୟାର ପାର୍ଟର ସଂଖ୍ୟା ଏତେ ହ୍ରାସ ପାଇବ ଯେ ଲୋକେ ବାଧ୍ୟ ହୋଇ ଇଲେକ୍ଟ୍ରିକ୍‌ କାର୍ ଓ ଅଟୋନୋମସ୍‌ ଭେଇକଲ୍‌ସ ଆଡ଼କୁ ମୁହାଁଇବେ।

ଷ୍ଟାନଫୋର୍ଡର ଅର୍ଥନୈତିଜ୍ଞ ଟୋଡି ସୀବା କହିଛନ୍ତି ୨୦୩୦ ମସିହା ସୁଦ୍ଧ ବିଶ୍ୱ ତୈଳ ବ୍ୟବସାୟ ଏକ ପ୍ରକାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଯିବ। ଆଉ ପେଟ୍ରୋଲ୍ ଓ ଡିଜେଲ୍ ମିଳିବ ନାହିଁ। ସେ କହିଛନ୍ତି ଯେ ବିଦ୍ୟୁତ୍‌ ଚାଳିତ କାର ପରିବହନ ବ୍ୟବସ୍ଥାକୁ ପୂରାପୂରି ବଦଳାଇ ଦେବ।

ସୌଜନ୍ୟ-ନବଭାରତ ଟାଇମ୍ସ