ଆହୁରି ମହଙ୍ଗା ହେବ ପେଟ୍ରୋଲ ଏବଂ ଡିଜେଲ

ନୂଆଦିଲ୍ଲୀ: ପୁଣି ବଢିବ ତୈଳ ଦର। ଆହୁରି ମହଙ୍ଗା ହେବ ପେଟ୍ରୋଲ ଏବଂ ଡିଜେଲ ଦର। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବଢ଼ିବା ଆରମ୍ଭ ହୋଇଥିବାରୁ ଏହାର ସିଧାସଳଖ ପ୍ରଭାବ ପେଟ୍ରୋଲ ଏବଂ ଡିଜେଲ ଉପରେ ପଡ଼ିବ। ତେଣୁ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ୍‌ ଦର ଆହୁରି ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି।

ଜୁନ୍‌ ୨୧ ପରେ ଅଶୋଧିତ ତୈଳର ବ୍ୟାରେଜ୍‌ ପିଛା ଦର ୬ ଡଲାର ବୃଦ୍ଧି ପାଇ ୭୯.୫ ଡଲାର ହୋଇଯାଇଛି। ଏଥି ସହିତ ଡଲାର ତୁଳନାରେ ଟଙ୍କା ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିଛି। ଏକ ଡଲାର କିଣିବା ପାଇଁ  ଏବେ ୬୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏହି ଯୋଗୁଁ ଅଶୋଧିତ ତୈଳ କିଣିବା ପାଇଁ କମ୍ପାନୀଗୁଡ଼ିକୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ତୈଳ କମ୍ପାନୀଗୁଡ଼ିକ ଏହି ଦୁଇ ବିଷୟ ବିଚାରକୁ ନେଇ ପ୍ରତିଦିନ  ପେଟ୍ରୋଲ ଓ ଡିଜେଲ୍‌ ଦର ସଂଶୋଧନ କରୁଛନ୍ତି।  ଜୁନ୍‌ ମାସରେ ଅଶୋଧିତ ତେଲ ଦର ୩ ଡଲାର  ବଢ଼ିବା ସତ୍ତ୍ୱେ ତୈଳ କମ୍ପାନୀ ଗୁଡ଼ିକ ତେଲ ଦର ବଢାଇ ନ ଥିଲେ। ତେଣୁ ଆଗାମୀ ଦିନରେ ତେଲ ଦର ବୃଦ୍ଧି କରିବା ନେଇ କମ୍ପାନୀ ଗୁଡ଼ିକ ବିଚାର କରୁଛନ୍ତି।  ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକ ନିର୍ବାଚନ ଶେଷ ପରେ ମେ’ ୧୪ ପରଠାରୁ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ହୁ ହୁ ହୋଇ ବଢ଼ି ଚାଲିଛି।