5ବର୍ଷ ପରେ ଲିଟର ପିଛା 30ଟଙ୍କାରେ ମିଳିବ ପେଟ୍ରୋଲ୍! ଆମେରିକା ଲଗାଇଲା ଭାରତୀୟ ବଜାରର ଅନୁମାନ

ନୂଆଦିଲ୍ଲୀ: କାର୍‌ ଓ ବାଇକ୍‌ ଚାଳକଙ୍କ ପାଇଁ ଖୁସି ଖବର। ଆଗାମୀ ୫ବର୍ଷ ଭିତରେ ପେଟ୍ରୋଲ୍‌ ଲିଟର ପିଛା ୩୦ଟଙ୍କାରେ ମିଳିବ। ଏଭଳି ଅନୁମାନ ଲଗାଇଛନ୍ତି ଆମେରିକାର ଜଣାଶୁଣା ଭବିଷ୍ୟବକ୍ତା ତଥା ସିରିୟଲ୍‌ ଏଣ୍ଟରପ୍ରିନୟର ‘ଟୋନୀ ସେବା’।  ସେ କହିଛନ୍ତି ଯେ ଖୁବଶୀଘ୍ର ସେଲ୍ଫ ଡ୍ରାଇଭିଂ ଇଲେକଟ୍ରିକ୍ କାରର ବ୍ୟବହାର ଅଧିକ ସଂଖ୍ୟାରେ ହେବାକୁ ଯ଼ାଉଛି। ଏହାସହ କମ୍ ଇନ୍ଧନଯୁକ୍ତ କାର ବଜାରକୁ ଆସିବା ଫଳରେ ପେଟ୍ରୋଲ୍‌ର ବ୍ୟବହାର କମିଯ଼ିବ। ଇଲେକ୍‌ଟ୍ରିକ୍‌ କାର, କମ ଦାମରେ ବଜାରରେ ମିଳିବା ସହ ଏହାର ଯ଼ାତ୍ରା ଖର୍ଚ୍ଚ କମ୍ ହେଉଥିବା ଯୋଗୁ ଲୋକେ ଏହାକୁ ବହୁଳ ସଂଖ୍ୟାରେ ବ୍ୟବହାର କରିବେ।

ଫଳରେ ବିଶ୍ୱ ବଜାରରେ ତେଲର ଦାମ ପ୍ରତି ବ୍ୟାରେଲ୍‌ ପିଛା ୨୫ ଡଲାର୍‌କୁ ଖସି ଆସିବ। ଆଗାମୀ ୧୦ବର୍ଷ ଭିତରେ ବ୍ୟବହୃତ ହେଉଥିବା ତେଲର ପରିମାଣ ୧୦୦ମିଲିୟନ ବ୍ୟାରଲ୍‌ରୁ ଖସି ୭୦ ମିଲିୟନ ବ୍ୟାରେଲ୍‌ରେ ପହଞ୍ଚିବ। କିଛି ଦିନ ପୂର୍ବରୁ ଭାରତର ଶକ୍ତିମନ୍ତ୍ରୀ ପୀୟୁଷ ଗୋଏଲ କହିଥିଲେ ଯେ ଭାରତୀୟ ରାସ୍ତାରେ ୨୦୩୦ ସୁଦ୍ଧା  ସମସ୍ତ କାର୍‌ ଇଲେକ୍‌ଟ୍ରିକ୍‌ କାର ହୋଇଯାଇଥିବ।