ଲଗାତର ତୃତୀୟ ଦିନ ପାଇଁ କମିଲା ତୈଳଦର, କିନ୍ତୁ…

ନୂଆଦିଲ୍ଲୀ: ତୈଳ କମ୍ପାନୀ ଗୁଡ଼ିକ ଲଗାତାର ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିଛନ୍ତି। ଆଜି ପେଟ୍ରୋଲ  ଲିଟର ପିଛା ୬ ପଇସା  ଓ ଡିଜେଲ ଲିଟର ପିଛା ୫ ପଇସା  ହ୍ରାସ ପାଇଛି।

ଏହି ହ୍ରାସ ପରେ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୭୮ ଟଙ୍କା୨୯ ପଇସା ରହିଛି। ସେହିପରି  ଡିଜେଲ ଲିଟର ପିଛା ୬୯ ଟଙ୍କା ୨୦ ପଇସା ରହିଛି। ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୭୭ ଟଙ୍କା ୦୯ ପଇସା ରହିଥିବା ବେଳେ ଡିଜେଲ ଦର ୭୪ ଟଙ୍କା ୧୯ ପଇସା ରହିଛି।

କୋଲକାତାରେ ପେଟ୍ରୋଲ ଦର ଲିଟର ପିଛା ୮୦ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦର ଲିଟର ପିଛା ୭୩ ଟଙ୍କା ୬୭ ପଇସା ରହିଛି। ସେହିପରି ମୁମ୍ବାଇରେ ଆଜି ପେଟ୍ରୋଲ ଦର ହ୍ରାସ ପାଇ ଲିଟର ପିଛା ୮୬ ଟଙ୍କା୧୦ ପଇସା ରହିଥିବା ବେଳେ ଡିଜେଲ ଦର ଲିଟର ପିଛା ୭୩ ଟଙ୍କା ୬୭ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର  ଲିଟର ପିଛା ୮୧ ଟଙ୍କା ୨୮ପଇସା ରହିଥିବା ବେଳେ ଡିଜେଲ ଦର ଲିଟର ପିଛା  ୭୩ ଟଙ୍କା ୦୬ ପଇସା ରହିଛି।

କର୍ଣ୍ଣାଟକ  ନିର୍ବାଚନ ପରେ  ଦୀର୍ଘ ୧୬ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର  ବୃଦ୍ଧି ପାଇଥିଲା। ବୁଧବାର ଠାରୁ ତେଲ ଦର ହ୍ରାସ ପାଇଛି। ବୁଧବାର ପେଟ୍ରୋଲ ଦର ଲିଟର ପିଛା ୧ ପଇସା ହ୍ରାସ ପାଇଥିବା ବେଳେ ଗୁରୁବାର ପେଟ୍ରୋଲ ଦର ଲିଟର ପିଛା ୭ ପଇସା ହ୍ରାସ ପାଇଥିଲା।  ସେହିପରି ଡିଜେଲ ଦର ଲିଟର ପିଛା ୫ ପଇସା ହ୍ରାସ ପାଇଥିଲା। ତେବେ ତେଲ ଦରରେ କରାଯାଇଥିବା ହ୍ରାସକୁ ନେଇ ଗ୍ରାହକ ସନ୍ତୁଷ୍ଟ ନୁହଁନ୍ତି।

.