ପକେଟରୁ ପୋଡ଼ିବ ଅଧିକ ପଇସା; ପୁଣି ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍‌ର ଦର ପୁଣି ବଢ଼ିଛି। ଗତକାଲି ଏହି ଦର ବଢ଼ାଯାଇଛି। ଗତକାଲି ମଧ୍ୟରାତ୍ରୀରୁ ନୂଆ ଦରରେ ତେଲ ବିକ୍ରି ଆରମ୍ଭ ହୋଇଛି।

ପେଟ୍ରୋଲ୍ ଲିଟର ପିଛା ୧ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଜେଲ୍ ଲିଟର ପିଛା ୪୪ ପଇସା ବଢ଼ିଛି।

ଗତ ଏପ୍ରିଲ୍ ମାସରେ ଦ୍ୱିତୀୟ ଥର ପାଇଁ ତୈଳ ଦର ବୃଦ୍ଧି ପାଇଛି। ତା’ ପୂର୍ବରୁ ଏପ୍ରିଲ୍ ୧୬ ତାରିଖରେ ପେଟ୍ରୋଲ୍ ଲିଟର ପିଛା ୧ଟଙ୍କା ୩୯ ପଇସା ବଢ଼ାଯାଇଥିଲା। ସେହିପରି ଡିଜେଲ୍ ଲିଟର ପିଛା ୧ଟଙ୍କା ୦୪ ପଇସା ବୃଦ୍ଧି ପାଇଥିଲା।