କମିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ:କମିଲା ପେଟ୍ରୋଲ ଏବଂ ଡିଜେଲ ଦର। ପେଟ୍ରୋଲ ଲିଟର ପ୍ରତି ୨ ଟଙ୍କା ୧୬ ପଇସା କମିଥିବା ବେଳେ ଡିଜେଲ ଲିଟର ପ୍ରତି ୨ ଟଙ୍କା ୧୦ ପଇସା ହ୍ରାସ  ପାଇଛି। ଗତକାଲ ମଧ୍ୟରାତ୍ରିରୁ ଏହି ନୂଆ ଦର ଲାଗୁ କରାଯାଇଛି।  ୪ ସପ୍ତାହଧରି ଲଗାତାର ତେଲ ଦର ବୃଦ୍ଧିପରେ ଗତକାଲି  ହ୍ରାସ ହୋଇଛି ।

ଅନ୍ତର୍ଜାତୀୟ ତୈଳବଜାରରେ ଡଲାର ତୁଳନାରେ ଟଙ୍କା ସ୍ଥିତିରେ ପରିବର୍ତ୍ତନ ଆସୁଥିବାରୁ  ତେଲ ଦର ହ୍ରାସ ହୋଇଥିବା କୁହାଯାଇଛି। ଶେଷଥର ପାଇଁ ମେ’ ୧ରେ ପେଟ୍ରୋଲ ଲିଟର ପ୍ରତି ୨ ପଇସା ଏବଂ ଡିଜେଲ ୫୨ ପଇସା ବୃଦ୍ଧି କରାଯାଇଥିଲା। ଏହା ପୂର୍ବରୁ ଏପ୍ରିଲ ୧୬ରେ ପେଟ୍ରୋଲ ଲିଟର ପ୍ରତି ୧.୩୯ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୧.୦୪ ଟଙ୍କା ବୃଦ୍ଧି କରାଯାଇଥିଲା।