ବଜେଟରେ ଆସିଲା ଖୁସି ଖବର : କମିଲା ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ: ବଜେଟରେ ଆସିଲା ଖୁସି ଖବର। ଲଗାତାର ବଢୁଥିବା ପେଟ୍ରୋଲ ଏବଂ ଡିଜେଲ ଦର ଉପରେ ଲାଗିଲା ରୋକ୍‌।  କମିଲା ଦର। ତୈଳ ଦର ହ୍ରାସ ନେଇ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ପେଟ୍ରୋଲ ଲିଟର ପ୍ରତି  ୨ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୨ ଟଙ୍କା ହ୍ରାସ ହୋଇଛି।  ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ନେଇ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।  ଫଳରେ ତେଲ ଦରରେ ପରିବର୍ତ୍ତନ ଆସିଛି। ପୂର୍ବରୁ ଅଣ ବ୍ରାଣ୍ଡେଡ ପେଟ୍ରୋଲ ଲିଟର ପ୍ରତି ଉତ୍ପାଦ ଶୁଳ୍କ ୬.୪୮ ପ୍ରତିଶତ ଥିବା ବେଳେ ଏବେ ୬.୪୮ ପ୍ରତିଶତକୁ ଖସାଇ ଦିଆଯାଇଛି। ସେହିପରି ପୂର୍ବରୁ ବ୍ରାଣ୍ଡେଡ ପେଟ୍ରୋଲ ଲିଟର ପ୍ରତି ୭.୬୬ ପ୍ରତିଶତ ଥିବା ବେଳେ ଏବେ ଏହାକୁ ୫.୬୬ ପ୍ରତିଶତକୁ କମାଇ ଦିଆଯାଇଛି। ସେହିପରି ଅଣ ବ୍ରାଣ୍ଡେଡ ଡିଜେଲ ଲିଟର  ପ୍ରତି ୮.୩୩ ପ୍ରତିଶତ ଥିବା ବେଳେ ଏବେ ଏହା ୬.୩୩ ପ୍ରିତିଶତ କମିଛି। ବ୍ରାଣ୍ଡେଡ ଡିଜେଲ ଲିଟର  ୧୦.୬୯ ପ୍ରତିଶତ ଥିବା ବେଳେ ଏବେ ଏହା ୮.୬୯ ପ୍ରତିଶତ କରିଦିଆଯାଇଛି। ବର୍ତ୍ତମାନ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୬୮.୮୫ ଟଙ୍କା ରହିଛି। ହେଲେ ମୁମ୍ବାଇରେ ୮୦ ଟଙ୍କା ରହିଛି।