ରାଜ୍ ଠାକ୍‌ରେଙ୍କ ଜନ୍ମ ଦିନରେ ୪ ଟଙ୍କା ଶସ୍ତାରେ ମିଳିଲା ପେଟ୍ରୋଲ, ଲାଗିଲା ଲମ୍ବା ଲାଇନ୍  

ମୁମ୍ବାଇ: ମହରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ୍ ଠାକ୍‌ରେ ଗତକାଲି ୫୦ ବର୍ଷରେ ପାଦ ଥାପିଛନ୍ତି। ୧୯୬୮ ମସିହା ଜୁନ୍ ୧୪ ତାରିଖରେ ସେ ମୁମ୍ବାଇରେ ଜନ୍ମ ହୋଇଥିଲେ। ଗତାକଲି ଜନ୍ମଦିନ ଅବସରରେ ସେ ଅନ୍ୟମାନଙ୍କଠାରୁ ଉପହାର ନେବା ବଦଳରେ ଲୋକଙ୍କୁ ଉପହାର ଦେଇଥିଲେ। ସେ ଲୋକଙ୍କୁ ନିଆରା ଉପହାର ଦେଇଥିଲେ। ମହରାଷ୍ଟ୍ରର କିଛି ନିର୍ଦ୍ଦିଷ୍ଟ ପେଟ୍ରୋଲ ପମ୍ପରେ ଗତକାଲି ଦୁଇ ଚକିଆ ଯାନ ନେଇ ଆସୁଥିବା ଲୋକଙ୍କୁ ୪ ଟଙ୍କାରୁ ୯ ଟଙ୍କା ପର୍ଯ୍ୟନ୍ତ କମ୍‌ରେ ପେଟ୍ରୋଲ ଯୋଗାଇ ଦିଆଯାଇଥିଲା।

ଏ ନେଇ ରାଜ୍‌ ଠାକରେଙ୍କ ଘୋଷଣା ପରେ ପେଟ୍ରୋଲ୍ ପମ୍ପଗୁଡ଼ିକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଲୋକେ ଟାଙ୍କିରେ ତେଲ ଫୁଲ୍ କରି ନେଇଥିଲେ। ଏ ସୁବିଧା କେବଳ ସକାଳ ଆଠଟାରୁ ଦ୍ୱିପ୍ରହର ପର୍ଯ୍ୟନ୍ତ ଉପଲବ୍ଧ ଥିଲା। ଏଥିରେ ପେଟ୍ରୋଲ ପମ୍ପ ମାଲିକମାନଙ୍କର କୌଣସି କ୍ଷତି ହୋଇନାହିଁ। କାରଣ ବଳକା ପଇସା ରାଜ୍ ଠାକରେଙ୍କ ଦଳ ମହରାଷ୍ଟ୍ର ନବନିର୍ମାଣ ସେନା ପଇଠ କରିଥିଲା।

ସୂଚନାଯୋଗ୍ୟ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ତୈଳ ଦରରେ ହୋଇଥିବା ବୃଦ୍ଧିକୁ ରାଜ୍ ଠାକରେ ବିରୋଧ କରି ଆସୁଥିଲେ।