ପେଟ୍ରୋଲ୍ ଦର ୯୦ ଟଙ୍କା ଟପିଲା

ମୁମ୍ବାଇ: ପେଟ୍ରୋଲ୍ ଓ ଡିଜେଲ୍ ଦର ହୁ ହୁ ହୋଇ ବଢୁଛି। ସୋମବାର ପେଟ୍ରୋଲ୍ ଦର ଏକ ନୂଆ ରେକର୍ଡ ପାର୍ କରିଛି।

ଆଜି ପେଟ୍ରୋଲ୍‌ ଦର ୧୧ ପଇସା ବଢ଼ିଛି। ଏହା ସହିତ ମୁମ୍ବାଇରେ ପେଟ୍ରୋଲ୍ ଦର ଲିଟର ପିଛା ୯୦ ଟଙ୍କା ପାର ହୋଇଯାଇଛି। ମୁମ୍ବାଇରେ ଆଜି ପେଟ୍ରୋଲ୍ ଦର ଲିଟର ପିଛା ୯୦.୦୮ ଟଙ୍କା ରହିଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ବଢ଼ିଥିବାରୁ ଏମିତି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।
ଦିଲ୍ଲୀରେ ଆଜି ପେଟ୍ରୋଲ୍ ଦର ଲିଟର ପିଛା ୮୨.୭୨ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲ ଦର ଲିଟର ପିଛା ୮୫.୯୯ ଟଙ୍କା ରହିଛି।

ଡିଜେଲ ଦର ବି ବଢ଼ିଛି। ମୁମ୍ବାଇରେ ଡିଜେଲ୍ ଦର ଲିଟର ପିଛା ୭୮.୮୫ ଟଙ୍କା ଥିବା ବେଳେ ଦିଲ୍ଲୀରେ ୭୪.୦୨ ଓ କୋଲକାତାରେ ୭୫.୮୭ ଟଙ୍କା ରହିଛି।