ଜୁନ୍‌ ୧୬ରୁ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ୍‌ ଦର ହେବ ପରିବର୍ତ୍ତନ: ଗ୍ରାହକଙ୍କୁ ମିଳିବ ଆସ୍ୱସ୍ତି

ନୂଆଦିଲ୍ଲୀ: ସାରାଦେଶରେ ଏବେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ରେଟ୍‌ ଧାର୍ଯ୍ୟ କରାଯିବ। ଆସନ୍ତା ଜୁନ୍ ୧୬ ତାରିଖ ଠାରୁ ଏହା ସାରା ଦେଶରେ ଲାଗୁ ହେବାକୁ ଯାଉଛି। ଏଭଳି ନିଷ୍ପତ୍ତି ତେଲ କମ୍ପାନୀଗୁଡିକ ନେଇଛନ୍ତି। ତେଲ କମ୍ପାନୀଗୁଡିକ କହିବା କଥା ଯେ ପ୍ରତିଦିନ ତେଲ ଦାମ୍‌ ଧାର୍ଯ୍ୟ ହେବା ପରେ ବଜାରରେ ମାନ୍ଦାବସ୍ଥା ଦୂର ହେବାସହ ପୂର୍ବରୁ ହଠାତ୍‌ ଯେଉଁଭଳି ତେଲରେ ଅଧିକ ଦାମ ବୃଦ୍ଧି ହେଉଥିଲା ସେଭଳି ଆଉ ଦେଖିବାକୁ ମିଳିବନି। ଫଳରେ ଗ୍ରାହକମାନେ ଯେଉଁଭଳି ଅସୁବିଧାର ସମ୍ମୁଖିନ ହେଉଥିଲେ ସେଭଳି ଆଉ ହେବନି। ଏଭଳି ହେବା ପରେ ବ୍ୟବସ୍ଥା ବେଶି ପାରଦର୍ଶୀ ହେବ। ଏହି ବ୍ୟାବସ୍ଥା ପୂର୍ବରୁ ଆମେରିକା ଭଳି ବିକାଶଶୀଳ ଦେଶ ଗୁଡିକ ଲାଗୁ କରିସାରିଛନ୍ତି। ଭାରତରେ ମଧ୍ୟ ୫ଟି ସହରରେ ଏଭଳି ବ୍ୟବସ୍ଥା ପୂର୍ବରୁ ଲାଗୁ ହୋଇସାରିଛି। ଏହି ୫ଟି ସହର ହେଲା ଉଦୟପୁର, ପୁଡୁଚେରୀ,ଚଣ୍ଡିଗଡ଼,ଜାମସେଦପୁର, ବିଶାଖାପାଟଣମ୍‌।