ଫିଲିପାଇନ୍ସରେ ପ୍ରଳୟଙ୍କାରୀ ଘୂର୍ଣ୍ଣିଝଡ ଓ ବନ୍ୟା, ୩୯ ମୃତ

ମାନିଲା: ଫିଲିପାଇନ୍ସରେ ତାଣ୍ଡବ ରଚିଛି ସାମୁଦ୍ରିକ ଘୂର୍ଣ୍ଣିଝଡ ‘କୋପ୍ପୁ’। ଘୂର୍ଣ୍ଣିଝଡ ପ୍ରଭାବରେ ଏବେ ବି ବର୍ଷା ଜାରି ରହିଛି । ଘୂର୍ଣ୍ଣିଝଡରେ ବନ୍ୟା ପରିସ୍ଥିତି ସୃଷ୍ଟଇ ହେବ ସହ ବଡ ବଡ ଗଛ ଉପୁଡି ଯାଇଛି । ଏହାସହ ଭୁସ୍ଖଳନ ଓ କାନ୍ଥ ପଡି ୩୯ ଜଣଙ୍କର ମୃତ୍ୟୁ ଘଟିଛି। ପାଖାପାଖି ୧୦ ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ୧ ଲକ୍ଷ ଲୋକେ ଅସ୍ଥାୟୀ ଶିବିରରେ ରହିଛନ୍ତି। ଏଥିରେ ୫ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଘୂର୍ଣ୍ଣିଝଡ ପରେ ବହୁ ଲୋକ ନିଖୋଜ ହୋଇଯାଇଥିବା ସରକାରୀ ସୂତ୍ରରୁ ଜଣାପଡିଛି।

ରବିବାର ଫିଲିପାଇନ୍ସର ଉତ୍ତରପୂର୍ବ ଉପକୂଳରେ ମାଡ କରିଥିଲା ଘୂର୍ଣ୍ଣିଝଡ କୋପ୍ପୁ। ଏହାର ପ୍ରଭାବରେ ତିନି ଦିନ ଧରି ଝଡବର୍ଷା ଲାଗି ରହିଥିଲା। ଏହି ଶିବିରରେ ଥିବା ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଯାଇ ଦିଆଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।