ଭାରତ-ପାକ୍‌ ସମଲିଙ୍ଗୀ ଦମ୍ପତିଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ: ଏକ ସମଲିଙ୍ଗୀ ଦମ୍ପତି ନ୍ୟୁୱର୍କରେ ଉଠାଇଥିବା ଏକ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ପ୍ରେମ ଆଗରେ ଧର୍ମ ଓ ଦେଶ ବାଧକ ହୋଇନଥାଏ, ତାହା ଏହି ଦମ୍ପତି ପ୍ରମାଣ କରି ଦେଖାଇଛନ୍ତି। ଫଟୋଟି ଦୁଇ ଜଣ ମହିଳାଙ୍କର। ଏମାନେ ସମଲିଙ୍ଗୀ ହୋଇଥିଲେ ମଧ୍ୟ ଦମ୍ପତି। କାରଣ ,ଏମାନେ ବିବାହ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ଭାରତୀୟ ହୋଇଥିବା ବେଳେ ଆଉ ଜଣେ ହେଉଛନ୍ତି ପାକିସ୍ତାନୀ। ଅଞ୍ଜଳୀ ଚକ୍ର ଭାରତୀୟ ଓ ସୁନଦାସ ମାଲିକ ପାକିସ୍ତାନର ନାଗରିକ। ଉଭୟ ସମଲିଙ୍ଗୀ ବିବାହ କରିବା ପରେ ଆମେରିକାରେ ରହୁଛନ୍ତି। ନ୍ୟୁୟର୍କରେ ବର୍ଷାରେ ଏ ଦୁହେଁ ପରସ୍ପର ସହ ସମୟ କାଟୁଥିବା ବେଳେ ଜଣେ ଫଟୋଗ୍ରାଫର ଫଟୋ ଉଠାଇ ଏହାକୁ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ।

ଏଥିରେ ଉଭୟ ବେଶ ଖୁସି ଥିବା ଦେଖିବାକୁ ମିଳିଛି। ଏଥିସହ ସେମାନେ ପରସ୍ପରକୁ କିସ୍‌ କରୁଥିବା ଦୃଶ୍ୟ ମଧ୍ୟ ରହିଛି। ଫଟୋ ଉପରେ ‘ଏ ଲଭ୍‌ ଷ୍ଟୋରୀ ଅଫ୍‌ ନ୍ୟୁୱର୍କ’ ବୋଲି ଲେଖାଯାଇଛି। ସୋଶାଲ ମିଡିଆରେ ଏହି ଫଟୋ ପୋଷ୍ଟ ହେବା ପରେ ଲକ୍ଷ ଲକ୍ଷ ଲୋକ ଏହାକୁ ଶେୟାର କରିବାରେ ଲାଗିଛନ୍ତି।