‘ବନ୍ଦେ ମାତରମ’ କୁ ଜାତୀୟ ସଙ୍ଗୀତର ମାନ୍ୟତା ପାଇଁ ଦାବି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସଙ୍ଗୀତ ଭାବରେ ‘ବନ୍ଦେ ମାତରମ’କୁ ‘ଜନ ଗଣ ମନ’ ଭଳି ମାନ୍ୟତା ଦିଆଯାଉ। ଦିଲ୍ଲୀ ହାଇକୋର୍ଟରେ ଏ ନେଇ ଆଜି ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଆସନ୍ତାକାଲି ଏହି ଆବେଦନର ଶୁଣାଣି କରିପାରନ୍ତି ଦିଲ୍ଲୀ ହାଇକୋର୍ଟ।

ସୂଚନାଯୋଗ୍ୟ, ଏହି ଜନସ୍ୱାର୍ଥ ମାମଲା ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଅଶ୍ୱିନୀ ଉପାଧ୍ୟାୟ ଦାୟର କରିଛନ୍ତି। ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ସମସ୍ତ ସ୍କୁଲରେ ‘ବନ୍ଦେ ମାତରମ’କୁ ରାଷ୍ଟ୍ରୀୟ ସଙ୍ଗୀତ ଭାବେ ଗାଇବା ଉଚିତ୍। ଏଥିପାଇଁ ଏକ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ଜାରି କରିବା ପାଇଁ ସେ ଆବେଦନ କରିଛନ୍ତି।