ଜଳିଗଲା ଯୁଦ୍ଧ ବିମାନ

ନାସିକ୍‌: କ୍ରାସ କରିଗଲା ଲଢୁଆ ବିମାନ। ମହାରାଷ୍ଟ୍ରର ନାସିକ୍‌ରେ ବୁଧବାର ସକାଳେ ସୁଖୋଇର ଏକ ଯୁଦ୍ଧ ବିମାନ ସୁଖୋଇ-୩୦MKI ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ପୂରା ଜଳିଯାଇଥିବା ବେଳେ ସେଥିରେ ଥିବା ଦୁଇ ଜଣ ପାଇଲଟ ସୌଭାଗ୍ୟ କ୍ରମେ ବର୍ତ୍ତିଯାଇଛନ୍ତି। କୁହାଯାଉଛି ଯେ, ଏହି ଯୁଦ୍ଧ ବିମାନଟିକୁ ପରୀକ୍ଷାମଳୂକ ଭାବେ ବ୍ୟବହାର କରାଯାଇଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାଖାପାଖି ଏମିତି ୮ଟି ସୁଖୋଇ  ବିମାନର କ୍ରାସ୍‌ ହେଲାଣି।

ସୂଚନାଯୋଗ୍ୟ ଯେ, ଋସଠାରୁ ଭାରତ ୨୭୨ଟି ବିମାନ ଆଣିବା ପାଇଁ ଚୁକ୍ତି ହୋଇଥିବା ବେଳେ ୨୪୦ଟି ସୁଖୋଇ ବିମାନ ଆସିସାରିଲାଣି।  ଏଥିପାଇଁ $12 billion ଚୁକ୍ତି ହୋଇଥିଲା।  କିଛି ଦିନ ପୂର୍ବରୁ ଉତ୍ତରାଖଣ୍ଡର କେଦାରନାଥରେ ଏକ ମିଗ୍‌-୧୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।