ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ୭୧ ଯାତ୍ରୀ ମୃତ୍ୟୁବରଣ କରିଥିବା ଆଶଙ୍କା

ମସ୍କୋ : ରବିବାର ଋଷର ଏକ ଯାତ୍ରୀବାହୀ ବିମାନ ଉଡ଼ିବାର କିଛି ସମୟ ପରେ ମସ୍କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଋଷିଆ ଗଣମାଧ୍ୟମ ଅନୁସାରେ ବିମାନରେ ମୋଟ ୭୧ ଜଣ ଯାତ୍ରୀ ଥିଲେ। ପ୍ରତ୍ୟକ୍ଷଦର୍ଶିଙ୍କ କହିବା  ଅନୁଯାୟୀ ବିମାନଟି ଆକାଶରେ ଉଡୁଥିବା ବେଳେ ସେଥିରୁ ନିଆଁ ହୁଳା ଖସୁଥିବା ଦେଖିବାକୁ ମିଳିଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ଆଶଙ୍କା କରାଯାଉଛି। ଏ ନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

ଦୁର୍ଘଟଣା ଗ୍ରସ୍ତ ହୋଇଥିବା Antonov An-148 ବିମାନଟି ଋଷର ଏକ ଘରୋଇ ବିମାନ ଥିଲା। ମସ୍କୋର ଡାମୋଡୋଭା ବିମାନ ବନ୍ଦରରୁ ଟେକ୍ ଅଫ୍ କରିଥିଲା। ଏଥିରେ ୬୫ ଜଣ ଯାତ୍ରୀ ସହିତ ୬ ଜଣ କ୍ର୍ୟୁ ସଦସ୍ୟ ଥିଲେ।