ବାରାଣାସୀରେ ଆଉ ଏକ ନିର୍ମାଣାଧୀନ ‍ଫ୍ଲାଏଓଭର ଦୁର୍ଘଟଣା

ଲକ୍ଷ୍ମୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ମଣ୍ଡଳୀ ବାରାଣାସୀରେ ପୁଣି ଏକ ନିର୍ମାଣଧୀନ ଫ୍ଲାଏଓଭର ଦୁର୍ଘଟଣା ଘଟିଛି। ବାବତପୁର ରୋଡରେ ନିର୍ମାଣାଧୀନ ଏହି ଫ୍ଲାଏଓଭରରୁ ଏକ ପ୍ଲେଟ ଆଜି ଖସି ପଡ଼ିଛି। ଏଥିରେ କେହି ହତାହତ ହୋଇ ନାହାଁନ୍ତି।

ବାବତପୁର ରୋଡରେ ନିର୍ମାଣାଧୀନ ଫ୍ଲାଏଓଭରରୁ ଏକ ପ୍ଲେଟ ଖସି ପଡ଼ିବା ପରେ କମ୍ପାନୀର ଖାମଖିଆଲି ଓ ଦାୟିତ୍ୱ ହୀନତାରେ କାମ କରୁଛି ବୋଲି ଆଲୋଚନା ହେଉଛି।

ମେ’ ୧୫ ତାରିଖରେ ବାରଣାସୀର କ୍ୟାଣ୍ଟେନମେଣ୍ଟ ରେଲୱେ ଷ୍ଟେସନ ନିକଟରେ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ି ୧୫ରୁ ଅଧିକ ଲୋକଙ୍କର ମୃତ୍ୟୁ  ଘଟିଥିଲା।