ଏନ୍‌କାଉଣ୍ଟରରେ ବିଜୟ ଡାଙ୍ଗ ମୃତ

ରାଉରକେଲା (ଓଡ଼ିଶା ରିପୋର୍ଟର): ଝାଡ଼ଖଣ୍ଡରେ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା। ଏନ୍‌କାଉଣ୍ଟରେ ଜଣେ ପିଏଲ୍‌ଏଫ୍‌ଆଇ କମାଣ୍ଡରର ମୃତ୍ୟୁ ଘଟିଛି। ତା’ ନାଁ ବିଜୟ ଡାଙ୍ଗ।

କୋଲାବିରା ଝପଲା ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ହୋଇଥିଲା।

ବିଜୟ କିଛି ଦିନ ଧରି ଝାଡ଼ଖଣ୍ଡ-ଓଡ଼ିଶା ସୀମାରେ ବେଶ୍ ସକ୍ରିୟ ଥିଲା। ତା’ ନାଁରେ ବିଭିନ୍ନ ଅପରାଧିକ ମାମଲା ଥିଲା।

ବିଜୟର ଘର ସୁନ୍ଦରଗଡ଼ ଜିଲ୍ଲା ରାୟବଗା ଅଞ୍ଚଳର ବୋଲି ସୂଚନା ମିଳିଛି।