ଯବାନଙ୍କ ସହ ଦୀପାବଳି ପାଳିଲେ ମୋଦି

ନୂଆଦିଲ୍ଲୀ: ଆଜି ସାରାଦେଶରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ସ୍ଥିତ ଭାରତ-ଚୀନ ସୀମାର ହର୍ଷିଲରେ ଦୀପାବଳି ପାଳନ କରିଛନ୍ତି।

ଆଜି ସକାଳେ ସେଠାରେ ସେ ୧୧ ହଜାର ଫୁଟ୍ ଉଚ୍ଚତାରେ ଥିବା ସେନା କ୍ୟାମ୍ପକୁ ଯାଇଥିଲେ। ସେନା ମୁଖ୍ୟ ଓ ଆଇଟିବିପି ଡିଜିଙ୍କ ସହିତ ସାକ୍ଷାତ ଆଲୋଚନା ପରେ ସେ ସେଠାରେ ମୁତୟନ ହୋଇଥିବା ଭାରତୀୟ ସେନା ଓ ଆଇଟିବିପିର ଯବାନମାନଙ୍କ ସହ ଦୀପାବଳି ପାଳନ କରିଥିଲେ। ପ୍ରଧାନମନ୍ତ୍ରୀ ପ୍ରଥମେ ଯବାନମାନଙ୍କୁ ମିଠେଇ ଖୁଆଇ ଥିଲେ। ତା’ପରେ ସେମାନଙ୍କ ସହ ଫଟୋ ଉଠାଇଥିଲେ।

ଦୀପାବଳି ଅବସରରେ ମୋଦି ଟ୍ୱିଟ୍ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି,“ଦୀପାବଳି ଲୋକଙ୍କ ଜୀବନରେ ଖୁସି ଓ ସମୃଦ୍ଧି ଆଣୁ।”