ଯୋଗ ଦିବସର ଜୋଶ୍‌, ବର୍ଷାରେ ତିନ୍ତି ତିନ୍ତି ପ୍ରଧାନମନ୍ତ୍ରୀଙ୍କ ସହ ଯୋଗ କଲେ ଲକ୍ଷ୍ନୌବାସୀ

ନୂଆଦିଲ୍ଲୀ: ଆଜି ଜୁନ ୨୧ ତାରିଖ, ଅନ୍ତର୍ଜାତୀୟ ଯୋଗ ଦିବସ । ୨୦୧୫ ମସିହାରେ ଆରମ୍ଭ ହୋଇଥିବା ଯୋଗ ଦିବସ ଚଳିତ ଥର ତୃତୀୟ ବର୍ଷରେ ପହଞ୍ଚିଛି। ଏଥରର ଥିମ୍ ରହିଛି ସ୍ୱାସ୍ଥ୍ୟ ପାଇଁ ଯୋଗ।  ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଲକ୍ଷ୍ମୌରେ ଆୟୋଜିତ ଯୋଗ ଶିବିରରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ଯୋଗ ମନରେ ଶାନ୍ତି  ଓ ସକାରାତ୍ମକ ଭାବନା ଜାଗ୍ରତ କରାଏ ବୋଲି ସେ କହିଛନ୍ତି। ବର୍ଷା ସତ୍ତ୍ୱେ ସେ ଉପସ୍ଥିତ ଲୋକଙ୍କ ସହ ସାମିଲ ହୋଇ ଯୋଗ କରୁଛନ୍ତି।

ସେହିପରି ଅହମ୍ମଦାବାଦରେ ଯୋଗଗୁରୁ ବାବା ରାମଦେବ ଯୋଗଶିକ୍ଷା ଦେଉଛନ୍ତି। ସେଠାରେ ଅନୁଷ୍ଠିତ ଶିବିରରେ ପ୍ରାୟ ୫ଲକ୍ଷ ଲୋକ ସାମିଲ ହୋଇଥିବା ସୂଚନା ମିଳିଛି। ଏହି ଯୋଗ ଶିବିରକୁ ଗିନିଜ ବୁକ୍ ଅଫ୍ ଓ୍ୱାଲର୍ଡ ରେକର୍ଡରେ ସ୍ଥାନ ଦେବା ଲକ୍ଷ୍ୟ ରହିଛି।