ଟାଇମ ମାଗାଜିନ୍ ପ୍ରଭାବଶାଳୀ ବ୍ୟକ୍ତି ଦୌଡ଼ରେ ମୋଦି

ନୂଆଦିଲ୍ଲୀ: ବିଶ୍ୱର ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଏଥର ବି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଛନ୍ତି।  ଆମେରିକାର ଚର୍ଚ୍ଚିତ ପତ୍ରିକା ଟାଇମ ମାଗାଜିନ ପକ୍ଷରୁ ଏନେଇ  ହେବାକୁ ଥିବା ପ୍ରତିଯୋଗିତା ତାଲିକାରେ ମୋଦି ସ୍ଥାନ ପାଇଛନ୍ତି। ତେବେ କିଏ କେଉଁ ସ୍ଥାନରେ ଅଛନ୍ତି ଏନେଇ ଆସନ୍ତା ମାସରେ ଏହାର ଚୂଡ଼ାନ୍ତ  ତାଲିକା ପ୍ରକାଶ ପାଇବ। ସୂଚନା ଅନୁଯାୟୀ ସମାଜର ବିଭିନ୍ନ କ୍ଷେତ୍ର ତଥା ରାଜନୀତି, ବ୍ୟବସାୟ ଏବଂ  ବିଜ୍ଞାନ ଆଦି ବୃତ୍ତିରେ ଉତ୍କୃଷ୍ଟ ଅବଦାନ ତଥା ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କୁ ନେଇ  ଏହି ମାଗାଜିନ୍ ସମ୍ଭାବ୍ୟ ଶହେ ତାଲିକା ପ୍ରକାଶ କରିଆସୁଛି। ଦୁଇ ହଜାର ପନ୍ଦର ତାଲିକାରେ ମଧ୍ୟ ମୋଦିଙ୍କ ନାମ ପ୍ରକାଶ ପାଇଥିଲା।