ଅଫିସରେ ଛୋଟ ଛୁଆ ସାଙ୍ଗେ ଖେଳିଲେ ମୋଦି, କିଏ ଏହି ପିଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଫିସରେ ପ୍ରତିଦିନ ବଡ଼ ବଡ଼ ନେତାଙ୍କୁ ସାକ୍ଷାତ କରନ୍ତି। ମୋଦିଙ୍କୁ ଭେଟୁଥିବା ଭିଆଇପିଙ୍କ ମଧ୍ୟରେ ବିଦେଶର ପ୍ରତିନିଧିମାନେ ମଧ୍ୟ ରହିଥାଆନ୍ତି। ହେଲେ ମଙ୍ଗଳବାର ମୋଦିଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କର ଜଣେ ଖାସ୍‌ ସାଙ୍ଗ ଆସିଥିଲେ।

ମୋଦି ସେହି ଖାସ୍‌ ସାଙ୍ଗ ସହ ଅଫିସରେ ଖେଳୁଥିବାର ଦୃଶ୍ୟ ଆଜି ସେ ନିଜେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ମୋଦି ଗୋଟିଏ ଛୋଟ ପିଲାକୁ ଧରିଥିବା ଦେଖିବାକୁ ମିଳିଛି।

ମୋଦି ଛୋଟ ଛୁଆଟି ସହ ଖେଳୁଥିବାର ଫଟୋକୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ଏଥିରେ ଲେଖିଛନ୍ତି ଯେ “ଆଜି ମୋର ଜଣେ ଖାସ୍‌ ସାଙ୍ଗ ମୋତେ ଦେଖା କରିବାକୁ ସଂସଦକୁ ଆସିଥିଲା।”

ତେବେ ଏହି ଛୋଟ ପିଲାଟି କିଏ? କାହିଁକି ସେ ମୋଦିଙ୍କୁ ଦେଖା କରିବାକୁ ଆସିଥିଲା। ସେକଥା ଏଯାଏ ଜଣାପଡ଼ିନାହିଁ। ତେବେ ଏହି ପୋଷ୍ଟଟି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।