ମୋଦିଙ୍କୁ ନୋବେଲ ମିଳିବା ଦରକାର ବୋଲି କହିଲେ ତାଙ୍କର ପାକିସ୍ତାନୀ ଭଉଣୀ

ଅହମଦାବାଦ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ହିନ୍ଦୁ ଧର୍ମରେ ଥିବା ଏହି ଭାଇ-ଉଭଣୀର ସମ୍ପର୍କ ପର୍ବରୁ ଆଜି ପୂରା ଦେଶ ପାଳନ କରୁଛି। ଏହିକ୍ରମରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ତାଙ୍କ ପାକିସ୍ତାନୀ ବଂଶୋଦ୍ଭବ ଉଭଣୀ କମାର ମୋହସିନ ଶେଖ ରାକ୍ଷୀ ବାନ୍ଧିଛନ୍ତି। ଏହି ସମୟରେ ସେ ମୋଦିଙ୍କୁ ଏକ ବଡ଼ ପେଣ୍ଟିଂ ଉପହାର ଆକାରରେ ଦେଇଥିବା ଜଣାପଡ଼ିଛି।

ତେବେ ଚଳିତ ରାକ୍ଷୀ ପୂର୍ଣ୍ଣିମାରେ ମୋଦିଙ୍କ ପାକିସ୍ତାନୀ ଭଉଣୀ କମାର ଏବ ବଡ଼ କଥା କହିଛନ୍ତି। ସେ କହିଛନ୍ତି, “ ମୋ ବଡ଼ ଭାଇ(ମୋଦି)ଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ଦରକାର। କାରଣ ସେ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାର କମାଣ ଧରିଛନ୍ତି। ୨୪ ବର୍ଷ ହେଲାଣି ମୁଁ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧି ଆସୁଛି। ମୁଁ ବର୍ଷକରେ ଗୋଟିଏ ଦିନ ମୋ ବଡ଼ ଭାଇ ହାତରେ ରାକ୍ଷୀ ବାନ୍ଧିବାର ସୁଯୋଗ ପାଏ। ଏଥିପାଇଁ ବହୁତ ଖୁସି। ଆସନ୍ତା ୫ ବର୍ଷ ତାଙ୍କର ଭଲରେ କଟୁ ବୋଲି ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି।”

କମାର ମୋହସିନ ଶେଖ ପାକିସ୍ତାନୀର କରାଚିରେ ରହୁଥିଲେ। କିନ୍ତୁ ସେ ଭାରତରେ ବିବାହ କରିଛନ୍ତି। ତାଙ୍କ ସ୍ୱାମୀ ଜଣେ ପେଣ୍ଟର। ବାହାଘର ପରେ ସେ ଭାରତ ଚାଲି ଆସିଥିଲେ ଏବଂ ସେବେଠାରୁ ଗୁଜରାଟର ଅହମଦାବାଦରେ ରହୁଛନ୍ତି।

ମୋଦି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର କର୍ମକର୍ତ୍ତା ଥିବା ବେଳେ ଗୁଜରାଟରେ କାମ କରୁଥିଲେ। କମାର ନିଜ ସ୍ୱାମୀଙ୍କ ସହ ଦିଲ୍ଲୀ ଆସିଥିବା ବେଳେ ମୋଦିଙ୍କ ସହ ଦେଖା ହୋଇଥିଲା।

ସେବେଠାରୁ ହିଁ କମାର ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ସେତେବେଳେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସେ ମତ ଦେଇଥିଲେ। ହେଲେ ମୋଦି କେବଳ ସ୍ମିଥହାସ୍ୟ ଦେଇ ଚୁପ ରହି ଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ।