ବିଶ୍ୱର ଶକ୍ତିଶାଳୀ ନେତାଙ୍କ ମଧ୍ୟରେ କେତେ ନମ୍ବରରେ ଅଛନ୍ତି ମୋଦି ?

ନୂଆଦିଲ୍ଲୀ: ବିଶ୍ୱର ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି। ଅନ୍ତର୍ଜାତୀୟ ସର୍ବେକ୍ଷଣ ସଂସ୍ଥା ଗାଲୋପ ଇଣ୍ଟରନ୍ୟାସନାଲ ପକ୍ଷରୁ ହୋଇଥିବା ସର୍ଭେରେ ଏହି ତଥ୍ୟ ଦର୍ଶାଯାଇଛି। ଗାଲୋପ ପକ୍ଷରୁ ବିଶ୍ୱର ୫୦ଟି ଦେଶକୁ ସର୍ଭେରେ ସାମିଲ କରାଯାଇଥିଲା। ଯେଉଁଥରେ ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌, ଋ଼ଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍, ବିଟ୍ରେନ୍ ପ୍ରଧାନମନ୍ତ୍ରୀ ଥେରେସା ମେ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନଜାମିନ୍ ନେତାନୟାହୁ ପ୍ରମୁଖଙ୍କୁ ସ୍ଥାନ ମିଳିଛି। ତେବେ ମୋଦି ବିଶ୍ୱର ଏହି ପ୍ରମୁଖ ଶକ୍ତିଶାଳୀ ବ୍ୟକ୍ତିତ୍ୱଙ୍କୁ ପଛରେ ପକାଇଛନ୍ତି। ସର୍ଭେର ପ୍ରଥମ ସ୍ଥାନରେ ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ ଏବଂ ଦ୍ୱିତୀୟ ସ୍ଥାନରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାର୍କୋନ୍ ରହିଛନ୍ତି।