ସିଙ୍ଗାପୁର ଗସ୍ତରେ ମୋଦି, ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଏହି ସୁଯୋଗ ପାଇବେ

ନୂଆଦିଲ୍ଲୀ: ସିଙ୍ଗାପୁର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆଜି  ୧୭ତମ ସଙ୍ଗରି ଲା ଡାଏଲଗରେ ଉଦ୍‌ବୋଧନ ଦେବେ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦି ଏହି ସୁଯୋଗ ପାଇଛନ୍ତି।  ଏଥିରେ ୨୮ଟି ପ୍ରଶାନ୍ତ ମହାସାଗରୀୟ ଦେଶର ମୁଖ୍ୟ ଓ ବରିଷ୍ଠ  ସେନା ଅଧିକାରୀମାନେ ଯୋଗ ଦେବେ।  ଲଣ୍ଡନରେ ଥିବା ଇଣ୍ଟରନେସନାଲ ଇନଷ୍ଟିଟ୍ୟୁଟ୍ ଫର ଷ୍ଟ୍ରାଟେଜିକ୍ ଷ୍ଟଡିଜ୍ ଓ ସିଙ୍ଗାପୁର ସରକାରଙ୍କ ମିଳିତ ଉଦ୍ୟମରେ ୨୦୦୨ ମସିହାରୁ ସଙ୍ଗରି ଲା ଡାଏଲଗ ଆୟୋଜିତ ହେଉଛି।

narendramodiଏଥିସହ ନରେନ୍ଦ୍ର ମୋଦି ସିଙ୍ଗାପୁର  ପ୍ରଧାନମନ୍ତ୍ରୀ ଲି – ସେନ- ଲୁଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।   ଏଥିରେ ଦୁଇଦେଶର ପ୍ରତିନିଧିମାନେ ଉପସ୍ଥିତ ରହିବେ। ଗତକାଲି ପ୍ରଧାନମନ୍ତ୍ରୀ ସିଙ୍ଗାପୁରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା  ସିଙ୍ଗାପୁରରେ ଥିବା ଭାରତୀୟ  କମ୍ୟୁନିଟିର ଲୋକମାନଙ୍କୁ ମୋଦି ସମ୍ବୋଧିତ କରିଥିଲେ।