ମସଜିଦ୍‌କୁ ପ୍ରଥମ ଥର ଯିବେ ମୋଦି

ଅହମ୍ମଦାବାଦ: ପ୍ରଥମ ଥର ଦେଶର କୌଣସି ମସଜିଦ୍‌କୁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ମସଜିଦ୍‌ଟି ହେଉଛି ଗୁଜରାଟର ଅହମ୍ମଦାବାଦରେ ଥିବା ବିଶ୍ୱ ପ୍ରସିଦ୍ଧ ସିଦ୍ଧି ସୋୟଦ ମସଜିଦ୍‌।

ଦୁଇଦିନିଆ ଭାରତ ଗସ୍ତରେ ଆଜି ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ। ସେ ଗୁଜରାଟର ଅହମ୍ମଦାବାଦ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ସିଦ୍ଧି ସୋୟଦ ମସଜିଦ୍‌କୁ ଯିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସହ ଉପସ୍ଥିତ ରହିବେ।

ଦେଶର କୌଣସି ମସଜିଦ୍‌କୁ ଏପର୍ଯ୍ୟନ୍ତ ଯାଇ ନଥିବା ମୋଦି ବିଦେଶରେ ଥିବା ମସଜିଦ୍‌କୁ କିନ୍ତୁ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ୨୦୧୫ରେ ୟୁଏଇ ଯାତ୍ରା କରିଥିଲେ। ସେଠାରେ ଅବୁଧାବିରେ ଥିବା ପ୍ରସିଦ୍ଧ ଶେଖ ଜାୟଦ ମସଜିଦ୍‌କୁ ଯାଇଥିଲେ। ସେତେବେଳେ ତାଙ୍କ ସହ ଅବୁଧାବିର ରାଜା ଥିଲେ।