କାନାଡା ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କୁ ଆଜି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦି‌ଆଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ୱାଗତ କରିଥିଲେ। କାନାଡା ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ପତ୍ନୀ ସୋଫି ଓ ତିନି ପିଲା ମଧ୍ୟ ଉପସ୍ଥିତ ଥିଲେ।   ‌

ଆଜି ଭାରତ ଓ କାନାଡା ମଧ୍ୟରେ ପ୍ରତିନିଧି ସ୍ତରୀୟ ‌ଆଲୋଚନା ହେବ। ଏଥିରେ ବାଣିଜ୍ୟ, ପ୍ରତିରକ୍ଷା, ଶିକ୍ଷା, ବେସାମରିକ ପରମାଣୁ  ଚୁକ୍ତି  ଓ ପରିବେଶ ସୁରକ୍ଷା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।  କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଫେବ୍ରୁଆରୀ ୧୭ରୁ କାନାଡା ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଅଛନ୍ତି।