‘ଆମ ପାଇଁ ଦେଶ ପାଇଥିଲା ଜଣେ ମୁସଲମାନ୍‌ ରାଷ୍ଟ୍ରପତି’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କର୍ଣ୍ଣାଟକର ଏକ ନିର୍ବାଚନୀ ସଭାକୁ ସମ୍ୱୋଧିତ କରିବା ବେଳେ ଏମିତି କଥାଟିଏ କହିଛନ୍ତି ଯାହାକୁ ଶୁଣି ବିରୋଧି ପୁଣି ଅଡୁଆରେ ପଡିଛନ୍ତି। ସାରା ଦେଶରେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଲୋକପ୍ରିୟତା ରହିଥିବା ବେଳେ ଏଭଳି ଜଣେ ମୁସଲମାନ ରାଷ୍ଟ୍ରପତି ବିଜେପି ବା ଏନ୍‌ଡିଏ ସରକାରଙ୍କ ଅବଦାନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏଠାରେ ଗୁଲବର୍ଗ ପରେ ବିଲ୍ଲୋରୀରେ ଆୟୋଜିତ ନିର୍ବାଚନୀ ସଭାରେ ମୋଦି ଏଭଳି ବକ୍ତବ୍ୟ ରଖିଥିଲେ। ସ୍ଥାନୀୟ ଭୋଟରଙ୍କୁ ପ୍ରଭାବିତ କରିବାକୁ ସେ କହିଥିଲେ ଯେ, ‘ଆମେ ଯେଉଁ ନୂଆ ନୋଟ୍‌ ବଜାରକୁ ଆଣିଛୁ, ସେଥିରେ ବିଜୟନଗର ସାମ୍ରାଜ୍ୟର ଛବି ଦୃଶ୍ୟାଙ୍କିତ ହୋଇଛି। ଯାହା ଆପଣଙ୍କ ଗୌରବମୟ ଇତିହାସକୁ ଆହୁରୀ ସୁଦୂରପ୍ରସାରୀ କରିବ।’

ପ୍ରଧାନମନ୍ତଅ କହିଛନ୍ତି ବିଲ୍ଲୋରୀକୁ ବଦନାମ କରିବାକୁ କଂଗ୍ରେସ ସରକାର ପୁରା ଦମ୍‌ରେ ଚେଷ୍ଟା କରିଥିଲା। ଦେଶ ବିଦେଶରେ ବିଲ୍ଲୋରୀଙ୍କ ଛବିକୁ ବିକୃତ ଢଙ୍ଗରେ ପରିଚୟ ମିଳିଛି। ଯେମିତି ଏହା ଏକ ଚୋର ଓ ତସ୍କରଙ୍କ ଅଞ୍ଚଳ। ଖାଲି ସେତିକି ନୁହେଁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସେ ପ୍ରଥମେ କନ୍ନଡ ଭାଷାରେ ନିଜ ଭାଷଣ ଆରମ୍ଭ କରିଥିଲେ। ଯାହା ଶୁଣିବା ପରେ ସଭାସ୍ଥଳରେ କରତାଳିରେ ପ୍ରକମ୍ପିତ ହୋଇଥିଲା।