ପାଲେଷ୍ଟାଇନ୍‌ରେ ମୋଦିଙ୍କୁ ମିଳିଲା ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ: ଚାରିଦିନିଆ ପଶ୍ଚିମ ଏସିଅ ଦେଶଗୁଡ଼ିକ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପାଲେଷ୍ଟାଇନ୍‌ରେ ପହଞ୍ଚିଛନ୍ତି। ପାଲେଷ୍ଟାଇନ୍‌ ସ୍ୱାଧୀନତାର ୩୦ ବର୍ଷ ପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦି ପାଲେଷ୍ଟାଇନ୍ ଗସ୍ତ କରିଛନ୍ତି। ସେ ରାମଲ୍ଲାହରେ ପହଞ୍ଚିବା ପରେ ରାଷ୍ଟ୍ରପତି ମେହମ୍ମୁଦ ଅବ୍ବାସ୍‌ ପ୍ରୋଟକଲ ଭାଙ୍ଗି ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଏକ ଦ୍ୱିପାଖିକ ବୈଠକ ହୋଇଥିଲା। ପାଲେଷ୍ଟାଇନ୍‌ର ରାଷ୍ଟ୍ରପତି ମେହମ୍ମୁଦ ଅବ୍ବାସ ମୋଦିଙ୍କୁ ଗ୍ରାଣ୍ଡ କଲର ପ୍ରଦାନ କରଛନ୍ତି। ଏହା ହେଉଛି ବିଦେଶୀ ଅତିଥିଙ୍କୁ ଦିଆଯାଉଥିବା ଏହି ଦେଶର ସର୍ବୋଚ୍ଚ ସମ୍ମାନ।

ରାମଲ୍ଲାହରେ ପହଞ୍ଚିବା ପରେ ମୋଦି ମେହମ୍ମୁଦଙ୍କ ସହିତ ପ୍ରଥମେ ପାଲେଷ୍ଟାଇନ୍‌ ଦିବଙ୍ଗତନେତା ୟାସିର ଅରଫାତ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ମୋଦି ସେଠାରୁ ରାଷ୍ଟ୍ରପତି ଭବନ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା।