ମୋଦିଙ୍କ ପତ୍ନୀ ସଡ଼କ ଦୁର୍ଘଟଣାରେ ଆହତ

ଚିତ୍ତୋର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନି ଯଶୋଦାବେନ୍‌ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ରାଜସ୍ଥାନର କୋଟା-ଚିତ୍ତୋଡ଼ ହାଇୱେରେ  ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ ଯଶୋଦାବେନ୍‌ ତାଙ୍କ ସମ୍ପର୍କୀୟଙ୍କ ସହ କୋଟାରୁ ଚିତ୍ତୋର ଫେରୁଥିବାବେଳେ ତାଙ୍କ କାର ସହ ଏକ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଯଶୋଦାବେନ୍ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତେଣୁ ତାଙ୍କୁ ଚିତ୍ତୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଯଶୋଦାବେନ୍ ୨୦୧୬ରେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ସେ ପାସପୋର୍ଟ ବନାଇବା ପାଇଁ ଅହମ୍ମଦାବାଦ ପାସପୋର୍ଟ କାର୍ଯ୍ୟାଳୟରେ ଏକ ଆରଟିଆଇ ଜରିଆରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ନରେନ୍ଦ୍ର ମୋଦି ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ବିବାହ ସମ୍ପର୍କିତ ତଥ୍ୟ ମାଗିଥିଲେ।

ଗତବର୍ଷ ଯଶୋଦାବେନ୍‌ଙ୍କ ପାସ୍‌ପୋର୍ଟ ସମ୍ବନ୍ଧୀୟ ଆବେଦନ ଖାରଜ କରିଦିଆଯାଇଥିଲା। କାରଣ ସେ ନରେନ୍ଦ୍ର ମୋଦି ସହ ବିବାହର କୌଣସି ପ୍ରମାଣପତ୍ର ଦାଖଲ କରିବାରେ ଅସମର୍ଥ ହୋଇଥିଲେ।