କାହା ପାଇଁ ରାସ୍ତାକଡ଼କୁ ଚାଲିଗଲେ ମୋଦି ? ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀଙ୍କ ଗାନ୍ଧିଗିରି

ଗାନ୍ଧିନଗର-ସର୍ବଦା ଗଣମାଧ୍ୟମର ଶିରୋନାମାରେ ରହୁଥିବା ପ୍ରଧାନମନ୍ତ୍ରୀ ମୋଦି ପୁଣି ଆସିଛନ୍ତି ଚର୍ଚ୍ଚାର ପରିସରକୁ। ଏଥର କିନ୍ତୁ କୌଣସି ସର୍ଜିକାଲ ଷ୍ଟ୍ରାଇକ କିମ୍ୱା ନୋଟବନ୍ଦୀ ପାଇଁ ନୁହେଁ ବରଂ ରାସ୍ତା କଡ଼ରେ ଗାଡି ଛିଡା କରି ଚର୍ଚ୍ଚିତ ହୋଇଛନ୍ତି।

କେଉଁଠି ଓ କାହିଁକି ଅଟକିଗଲେ ମୋଦି

ଏସ୍‌ପିଜି ସୁରକ୍ଷା ବଳୟ ମଧ୍ୟରେ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଗାଡ଼ି ହଠାତ୍ ଅଟକି ଯାଇଥିଲା ଗୁଜରାଟର ଗାନ୍ଧିନଗର ରାସ୍ତା ଉପରେ। କେହି କିଛି ଭାବିବା ପୂର୍ବରୁ ଗାଡି ସାଇଡ୍ କରିବାକୁ ନିଦ୍ଦେର୍ଶ ଦେଇଥିଲେ ମୋଦି। କାରଣ ମୋଦିଙ୍କ କାନରେ ବାଜି ସାରିଥିଲା ଆମ୍ବୁଲାନ୍ସର ସାଇରନ୍। ଆଫ୍ରିକାନ୍ ଡେଭଲପମେଣ୍ଟ ବ୍ୟାଙ୍କ ଇଭେଣ୍ଟରେ ଯୋଗ ଦେଇ ଫେରୁଥିବା ବେଳେ ମୋଦିଙ୍କ କାରକେଡ୍ ପାଇଁ ଫସି ଯାଇଥିଲା ଏକ ଆମ୍ବୁଲାନ୍ସ। ଆମ୍ବୁଲାନ୍ସରେ ରୋଗୀ ଥିବା ଜାଣି ମୋଦି ତତ୍‌କ୍ଷଣାତ ନିଜ କାରକେଡକୁ ରୋଡ ସାଇଡକୁ ନେବା ପାଇଁ କହିବା ସହ ବାଟ ଛାଡି ଦେଇଥିଲେ ଆମ୍ବୁଲାନ୍ସକୁ। ଏଭଳି ଏକ ରିପୋର୍ଟ ୱେବ୍‌ ଚ୍ୟାନେଲ୍‌ ଦେଶ ଗୁଜୁରାଟ ସାଇଟ୍‌ରେ ପ୍ରକାଶ ପାଇଛି।

କିଛିଦିନ ପୂର୍ବରୁ ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କୁ ଏୟାରପୋର୍ଟରେ ସ୍ୱାଗତ କରିବାକୁ ମୋଦି ସାଧାରଣ ଲୋକଙ୍କ ପରି ଦିଲ୍ଲୀର ନର୍ମାଲ ଟ୍ରାଫିକ ଦେଇ ଏୟାରପୋର୍ଟ ଯାଇଥିଲେ ମୋଦି। ଏଥିସହ ଟ୍ରାଫିକରେ ସାଧାରଣ ଲୋକ ଯେପରି ହଇରାଣ ନ ହେବେ  ସେଥିପାଇଁ ମନ୍ତ୍ରୀଙ୍କ ଗାଡ଼ିରୁ ନାଲିବତି କାଢିବାକୁ ନିଷ୍ପତ୍ତି ନେବା ସହ ଭିଆଇପି କଲଚ୍‌ରରେ ପୁର୍ଣ୍ଣଛେଦ ପକାଇଥିଲେ ମୋଦି।

courtesy-DeshGujurat