ପିଏମ୍‌ଏୱାଇ ପାଇଁ ୨୩,୦୦୦ କୋଟି ବ୍ୟୟବରାଦ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଲୋକସଭାରେ ୨୦୧୭-୧୮ ବର୍ଷ ପାଇଁ ସାଧାରଣ ବଜେଟ୍  ଆଗତ କରିଛନ୍ତି। ଏଥିରେ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟୟ ବରାଦକୁ ୨୩,୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଗତବର୍ଷ ଏହି ଯୋଜନାରେ ୧୫,୦୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ୨୦୧୯ ମସିହା ସୁଦ୍ଧା ମାଟି ଘରେ ରହୁଥିବା କୋଟିଏ  ପରିବାରଙ୍କୁ ପକ୍କା ଘର ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି।