ଛଅ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ପଢନ୍ତୁ କେଉଁଠି କରିବେ କ’ଣ

ନୂଆଦିଲ୍ଲୀ: ଛଅ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଗସ୍ତକାଳରେ ସେ ଜର୍ମାନୀ, ସ୍ପେନ, ଋଷିଆ ଓ ଫ୍ରାନ୍ସର ପ୍ରମୁଖ ନେତାଙ୍କ ସହ ଆଲୋଚନା କରିବେ।  ପ୍ରଥମେ ମୋଦି ଜର୍ମାନୀରେ ପହଞ୍ଚି ଚ୍ୟାନେସଲେର ଆଂଜଜେଲା ମର୍କେଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।   ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଂଜି ନିବେଶ, ସୁରକ୍ଷା, ଆତଙ୍କବାଦର ମୁକାବିଲା, ଦକ୍ଷତା ବିକାଶ, ରେଳବାଇ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି।   ଜର୍ମାନୀ ପରେ ପ୍ରଧାନମନ୍ତ୍ରୀ ସ୍ପେନ ଗସ୍ତରେ ଯିବେ।  ସେଠାରେ ସ୍ପେନର ପ୍ରମୁଖ କମ୍ପାନୀର ମୁଖ୍ୟଙ୍କ ସହ ନେତାମାନଙ୍କୁ ଭେଟିବେ।  ଭାରତରେ ପୁଂଜି ନିବେଶ ପାଇଁ ଆଗ୍ରହୀ କମ୍ପାନୀମାନଙ୍କ ସହ ଆଲୋଚନା କରିବେ ମୋଦି।  ପରେ ମୋଦି ଋଷିଆ ଯାଇ ସେଣ୍ଟ ପିଟର୍ସବର୍ଗ ଇଣ୍ଟରନ୍ୟାସନାଲ ଇକୋନୋମିକ ଫୋରମରେ ଅଂଶ ଗ୍ରହଣ କରିବେ।  ଏଥିସହ ଭାରତ- ଋଷିଆ ଦ୍ୱିପାକ୍ଷିକ ସମ୍ପର୍କର ୭୦ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବାର୍ଷିକ ସମ୍ମିଳନୀରେ ଭାଗନେବେ।  ଫ୍ରାନ୍ସର ନୂଆ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଦ୍ୱିପକ୍ଷିକ ସମ୍ପର୍କ ନେଇ ଆଲୋଚନା ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।