ପିଏନ୍‌ବି ମହାଠକେଇ: ଜେନେରାଲ ମ୍ୟାନେଜର ରାଙ୍କ୍ ଅଫିସର ଗିରଫ

ନୂଆଦିଲ୍ଲୀ: ପିଏନ୍‌ବି ମହାଠକେଇ ମାମଲାରେ କାର୍ଯ୍ୟାନୁଷ୍ଠାନ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମୁମ୍ବାଇ ବ୍ରାଡି୍ ଶାଖାର ପୂର୍ବତନ ଜେନେରାଲ ମ୍ୟାନେଜର୍ ରାଜେଶ ଜିନ୍ଦଲଙ୍କୁ ଗିରଫ କରିଛି ସିବିଆଇ। ରାଜେଶ ପିଏନ୍‌ବି ବ୍ରାଡି ଶାଖାରେ ୨୦୦୯ରୁ ୨୦୧୧ ଯାଏ ମ୍ୟାନେଜର ଥିଲେ। ଏହାସହ ବର୍ତ୍ତମାନ ଯାଏ ମାମଲାରେ ସିବିଆଇା ସବୁଠାରୁ ବଡ଼ ଗିରଫଦାରି କରିଛି। ଠକେଇର ମାଷ୍ଟରମାଇଣ୍ଡ ନିରବ ମୋଦିଙ୍କ ମୁଖ୍ୟ ଅର୍ଥନୈତିକ ଅଧିକାରୀ ବିପୁଳ ଅମ୍ବାନିଙ୍କୁ ମଧ୍ୟ ତଦନ୍ତକାରୀ ସଂସ୍ଥା ଗିରଫ କରିଛି। ସୂଚନା ମୁତାବକ ବିପୁଳ ହେଉଛନ୍ତି ନିରବଙ୍କ ବେସ୍ ନିକଟତର। ନିରବଙ୍କ ବିଭିନ୍ନ ନିଷ୍ପତ୍ତିରେ ବିପୁଳ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ଗତ କିଛି ଦିନ ଧରି ସିବିଆଇ ବିପୁଳଙ୍କୁ ମାରାଥନ୍ ଜେରା କରିଥିଲା । ଏହାସହ ନିରବଙ୍କ କାର୍ଯ୍ୟାଳୟର ଅନ୍ୟ ୪ ଜଣଙ୍କୁ ସିବିଆଇ ମଧ୍ୟ ଗିରଫ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ନିରବ ମୋଦି ଏବଂ ମାମୁ ମେହୁଲ ଚୋକସୀଙ୍କ ସମ୍ପର୍କରେ ସିବିଆଇ କୌଣସି ସୂଚନା ହସ୍ତଗତ କରିପାରିନାହିଁ।