ପିଏନ୍‌ବି ମାମଲା: ଚନ୍ଦା ଓ ଶିଖାଙ୍କୁ ସମନ

ନୂଆଦିଲ୍ଲୀ: ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ମହାଠକେଇ ମାମଲାକୁ ନେଇ ଜୋର ଧରିଲା ଖୋଲତାଡ୍। ଏହି ମାମଲାରେ ସଂପୃକ୍ତ ମେହୁଲ ଚୋକସୀଙ୍କ କାରବାରକୁ ନେଇ ଦୁଇ ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କୁ ହୋଇଛି ସମନ। ICICI ବ୍ୟାଙ୍କ ମୁଖ୍ୟ ଚନ୍ଦା କୋଚର୍ ଏବଂ AXIS ବ୍ୟାଙ୍କ ମୁଖ୍ୟ ଶିଖା ଶର୍ମାଙ୍କୁ ସମନ କରିଛି ଆଣ୍ଟି ଫ୍ରଣ୍ଡ୍ ଏଜେନ୍ସି। ମେହୁଲ ଚୋକସୀ ୩୧ଟି ବ୍ୟାଙ୍କକୁ ଜାଲ୍ କାଗଜପତ୍ର ଦେଇ ଋଣ ହାତେଇଥିବା ଅଭିଯୋଗ ରହିଛି। ଋଣର ଏକ ମୋଟା ଅଙ୍କ ICICI ବ୍ୟାଙ୍କ ଜରିଆରେ ପ୍ରଦାନ ହୋଇଛି।  ତେଣୁ କେଉଁ ପରିସ୍ଥିତିରେ ICICI ବ୍ୟାଙ୍କ୍ ଜାଣି ପାରି ନଥିଲା ସେ ନେଇ ଉଭୟ ମୁଖ୍ୟଙ୍କୁ ପଚରାଉଚରା କରିପାରେ ଆଣ୍ଟି ଫ୍ରଣ୍ଡ୍ ଏଜେନ୍ସି।

ମିଳିଥିବା ସୂଚନା ଅନୁସାରେ ଠକେଇରେ ଅଭିଯୁକ୍ତ ଭାବେ ନୁହଁ ବରଂ ପଚରାଉଚରା ପାଇଁ ହିଁ ଚନ୍ଦା କୋଚର୍ ଏବଂ ଶିଖା ଶର୍ମାଙ୍କୁ ସମନ ହୋଇଛି। ପିଏନ୍‌ବିରୁ ୧୨ ହଜାର ୬୩୬ କୋଟି ଟଙ୍କା ଠକେଇ ଅଭିଯୋଗ ନିରବ ମୋଦି ଏବଂ ମାମୁଁ ମେହୁଲ ଚୋକସୀଙ୍କ ନାଁରେ ରହିଛି।  ଅଭିଯୋଗ ଆସିବା ପରେ ଉଭୟ ଫେରାର ଅଛନ୍ତି।