ପିଏନ୍‌ବି ଠକେଇ: ନିରବ ଓ ତାଙ୍କ ମାମୁଁଙ୍କ ବିରୋଧରେ ଜାରି ହେଲା ଜାମିନ୍ ବିହୀନ ଗିରଫ ପରୱାନା

ନୂଆଦିଲ୍ଲୀ: ପିଏନ୍‌ବି ମହାଠକେଇ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଠକେଇର ମାଷ୍ଟର ମାଇଣ୍ଡ ନିରବ ମୋଦି ଏବଂ ତାଙ୍କ ମାମୁଁ ମେହୁଲ ଚୋକସୀଙ୍କ ବିରୋଧରେ ଜାମିନ୍ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ମୁମ୍ବାଇର ସ୍ୱତନ୍ତ୍ର ସିବିଆଇ କୋର୍ଟ ଉଭୟଙ୍କ ବିରୋଧରେ ଏହି ଏନ୍‌ବିଡବ୍ଲ୍ୟୁ ଜାରି  କରିଛନ୍ତି।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଜାଲ୍ ଏଲ୍‌ଓସି ଦେଇ ୨୧ ହଜାର କୋଟିରୁ ଅଧିକ ଟଙ୍କା ଠକିଛନ୍ତି ଉଭୟ। ଏ ନେଇ ଆଲ୍ଲାହାବାଦ ବ୍ୟାଙ୍କ, ଫୋରେକ୍ସ ଟ୍ରାନଞ୍ଜାକସନର ବହୁ ବରିଷ୍ଠ ଅଧିକାରୀଙ୍କୁ ସମନ୍ କରିଛି ସିବିଆଇ। ଠକେଇ ଘଟଣା ସାମନାକୁ ଆସିବା ପରେ ଭାରତ ଛାଡ଼ି ବିଦେଶରେ ଲୁଛିଛନ୍ତି ନିରବ ଏବଂ ମେହୁଲ। ଇଡି ଏବଂ ଆୟକର ବିଭାଗ ଉଭୟଙ୍କ ବିଭିନ୍ନ ଠିକଣା, କାର୍ଯ୍ୟାଳୟ ଏବଂ ଜୁଏଲରୀ ସପ୍‌ରେ ମାରାଥନ୍ ରେଡ କରି ନାମୀଦାମୀ ଗାଡ଼ି ସାଙ୍ଗକୁ ବହୁ ମୂଲ୍ୟବାନ ପେଣ୍ଟିଂ ଓ ସାମଗ୍ରୀ ଜବତ କରିଛନ୍ତି। ଏହାସହ ଠକେଇ ସହ ଜଡିତ ଥିବା ଅଭିଯୋଗରେ ସିବିଆଇ ମୁମ୍ବାଇର ପିଏନ୍‌ବି ବ୍ରାଡି ଶାଖାର ପୂର୍ବତନ ଜେନେରାଲ ମ୍ୟାନେଜରଙ୍କୁ ଗିରଫ କରିଛି।