କାଶ୍ମୀରରେ ବାଜିଲା ଶତ୍ରୁ ଦେଶର ଗୀତ, ଆତଙ୍କବାଦୀଙ୍କ ନାଁରେ ଦିଆଗଲା ପୁରସ୍କାର

ନୂଆଦିଲ୍ଲୀ: ଦକ୍ଷିଣ କାଶ୍ମୀରରେ ଏକ କ୍ରିକେଟ୍ ମ୍ୟାଚ୍ ବେଳେ ପାକ୍ ଅଧିକୃତ କାଶ୍ମୀରର ରାଷ୍ଟ୍ରୀୟଗୀତ ବୋଲା ଯାଇଥିବା କଥା ସାମ୍ନାକୁ ଆସିଛି। ଗତକାଲି ଏ ଘଟଣା ଘଟିଥିବା କୁହାଯାଉଛି। ଏପରିକି ଏହି ଗୀତ ଗାଇବା ବେଳେ ଫେସ୍‌ବୁକ୍‌ରେ ଲାଇଭ୍ କରାଯାଇଥିବା ଅଭିଯୋଗ ହୋଇଛି। ପୁଲବାମାରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଉଭୟ ପକ୍ଷ ନୀଳ ରଙ୍ଗର ଜର୍ସୀ ପିନ୍ଧି ଥିଲେ। ମ୍ୟାଚ୍ ପୂର୍ବରୁ ସ୍ୱାଧୀନ କାଶ୍ମୀରର ରାଷ୍ଟ୍ରୀୟଗୀତ ‘ବତନ ହମାରା, ଆଜାଦ କାଶ୍ମୀର’ ବୋଲା ଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ୍ ଖୋଳତାଡ଼ ଆରମ୍ଭ କରାଯାଇଛି।

ମ୍ୟାଚ୍ ବେଳେ ପଡ଼ିଆ ନିକଟରେ ଆତଙ୍କବାଦୀଙ୍କ ପୋଷ୍ଟର ମଧ୍ୟ ଲଗାଯାଇଥିବା ଜଣାପଡ଼ିଛି। ଏପରିକି ମରି ଯାଇଥିବା ଆତଙ୍କବାଦୀଙ୍କ ନାଁରେ ପୁରସ୍କାର ବି ଦିଆଯାଇଥିଲା।

ରିପୋର୍ଟ ଓ ଫଟୋ- ଆଜ୍‌ତକ୍‌