ପାକ୍ ଅଧିକୃତ କାଶ୍ମୀରରେ ପୁଣି ଶୁଭିଲା ପାକିସ୍ତାନ ବିରୋଧରେ ନାରାବାଜି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର):  ପାକ୍ ଅଧିକୃତ କାଶ୍ମୀରରେ ପୁଣି ଶୁଭିଲା ପାକିସ୍ତାନ ବିରୋଧୀ ନାରାବାଜି। ପାକ୍ ଅଧିକୃତ କାଶ୍ମୀରର ସ୍ୱାଧୀନତା ପାଇଁ ରାସ୍ତାକୁ ଓହ୍ଲାଇଲେ ପିଓକେ ଜନତା। ଜାମ୍ମୁକାଶ୍ମୀର ନ୍ୟାସନାଲ୍ ଷ୍ଚୁଡେଣ୍ଟ୍ ଫେଡେରଶନ ପକ୍ଷରୁ ଆୟୋଜିତ ଏକ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ପିଓକେ ଜନସାଧାରଣ ସାମିଲ୍ ହୋଇଥିଲେ।

ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଇ ପାକିସ୍ତାନ ପିଓକେରେ ଅଶାନ୍ତ ପରିବେଶ ସୃଷ୍ଟି କରୁଥିବା ଏକ ସ୍ଥାନୀୟ ନେତା ଏହି ଶୋଭାଯାତ୍ରା ପରେ ଆୟୋଜିତ ସଭାରେ ଅଭିଯୋଗ କରିଛନ୍ତି। ଦୀର୍ଘଦିନ ଧରି ପାକ୍ ଅଧିକୃତ କାଶ୍ମୀରବାସୀ ବିଭିନ୍ନ ଦାବି ଉପସ୍ଥାପନ କରିଆସୁଥିବା ବେଳେ ପ୍ରଶାସନ ଏମାନଙ୍କ ଉପରେ ବିଭିନ୍ନ ପ୍ରକାର ଅତ୍ୟାଚାର କରୁଥିବା ଅଭିଯୋଗ ହେଉଛି।