ପାଇଲଟଙ୍କ ନଖରାମୀ: ଅଶ୍ଳୀଳ କମେଣ୍ଟ ଦେଇ ଫସିଲେ ୩୪

ନୂଆଦିଲ୍ଲୀ: ଫସିବେ ୩୪ ପାଇଲଟ। ସେମାନଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ। ଜେଟ, ଇଣ୍ଡିଗୋ, ସ୍ପାଇସ ଜେଟ ଏବଂ ଗୋ ଏୟାର ଭଳି ୪ଟି ଏୟାରଲାଇନ୍ସରେ କାମ କରୁଥିବା ଏହି ପାଇଲଟଙ୍କ   ବିରୋଧରେ ଅଭିଯୋଗ ଆସିଛି । ଏହି ୩୪ ଜଣ ପାଇଲଟ ସେମାନଙ୍କ ଉପରୋକ୍ତ ଅଧିକାରୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଥାନାରେ ମାମଲା କରାଯାଇଛି। ଡିଜିସିଏର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ପାଇଲଟମାନେ ଡିଜିସିଏ ହ୍ୱାଟସ୍‌ଅପ୍‌ ଗ୍ରୁପରେ କିଛି ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିଛନ୍ତି।

ଏପରିକି ଗ୍ରୁପରେ ଅଧିକାରୀଙ୍କ ସ୍ତ୍ରୀ ଏବଂ ଝିଅଙ୍କ ନାମରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିଛନ୍ତି। ଯାହା ଭାଇରାଲ ହୋଇଛି। ଏନେଇ ଡିଜିସିଏ ପକ୍ଷରୁ ଦିଲ୍ଲୀର ଲୋଧିରୋଡ଼ ଥାନାରେ ମଙ୍ଗଳବାର ଅଭିଯୋଗ କରାଯାଛି। ସମ୍ପୃକ୍ତ ପାଇଲଟଙ୍କୁ ଡାକି ପୋଲିସ ପଚରାଉଚୁରା କରିଥିଲେ ମଧ୍ୟ କାହାରିକୁ ଗିରଫ କରି ନାହିଁ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।