ଦଣ୍ଡାଦେଶ ଶୁଣି ଦେଶରୁ ଅନ୍ତର୍ଦ୍ଧାନ! କୁଆଡ଼େ ଗଲେ ଜଷ୍ଟିସ୍‌ କର୍ଣ୍ଣନ୍‌

କୋଲକାତା: ସୁପ୍ରିମକୋର୍ଟ ୬ମାସ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ଜଷ୍ଟିସ୍‌ ସି.ଏସ କର୍ଣ୍ଣନ ଦେଶ ଛାଡି କେଉଁ ଆଡେ ଚାଲିଯାଇଥିବା ଜଣାପଡିଛି। କୋଲକାତା ହାଇକୋର୍ଟଙ୍କ “ଜଷ୍ଟିସ୍‌ ଲିଗାଲ ଆଡଭାଇଜର୍‌” ଏହି ସୂଚନା ଆଜି ଦେଇଛନ୍ତି।

ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ୬ମାସ ଦଣ୍ଡାଦେଶ ଶୁଣାଇ ଥିଲେ। ଏହାସହ କୋଲକାତା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ଯେ ଖୁବଶୀଘ୍ର ତାଙ୍କୁ ଗିରଫ କରିବା ପାଇଁ। ହେଲେ କୋଲକାତା ପୋଲିସ ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରିବାରେ ସଫଳ ହୋଇପାରିନି। ଦେଶରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଦେଖିବାକୁ ମିଳିଥିଲା ଯେ ସୁପ୍ରିମକୋର୍ଟ ଏକ ସିଟିଂ ହାଇକୋର୍ଟ୍‌ ଜଜ୍‌ଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ଜଷ୍ଟିସ୍‌ ସି.ଏସ କର୍ଣ୍ଣନ ତାମିଲନାଡୁ ଠାରେ ଆତ୍ମଗୋପନ କରିଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଥିଲା। ମାତ୍ର ପୋଲିସ ସେଠାରେ ଖୋଜିବା ପରେ ଜଣା ପଡିଛି, ଯେ ସେ ଦେଶ ଛାଡି କେଉଁଆଡେ ଚାଲାଯାଇଛନ୍ତି। ଅନ୍ୟପଟେ ସେ ନେପାଳ କିମ୍ବା ବାଙ୍ଗଲାଦେଶ ଚାଲିଯାଇଥିବା ଅନୁମାନ କରାଯାଉଛି।

News Picture Courtesy – ndtv