‘ଆମେ ୩000 ପର୍ଣ୍ଣ ୱେବ୍‌ସାଇଟ ବନ୍ଦ କରିଛୁ’

ନୂଆଦିଲ୍ଲୀ: ୱେବସାଇଟରେ ଅଶ୍ଳୀଳ ଭିଡିଓକୁ ନେଇ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ । ଆଜି ସଂସଦରେ ଏନେଇ ସରକାର ଆଜି ମତ ରଖିଛନ୍ତି। କହିଛନ୍ତି ଦେଶରେ ୩୦୦୦ ପର୍ଣ୍ଣ ୱେବସାଇଟକୁ ବନ୍ଦ କରାଯାଇଛି।  ସୂଚନା ଓ ବୈଷୟିକ ମନ୍ତ୍ରଣାଳୟ ପକ୍ଷରୁ ଏହି ମତ ରଖାଯାଇଛି। ଏଥିରେ କୁହାଯାଇଛି ଯେ ଟିନ୍ ଏଜ ପିଲାଙ୍କୁ ନେଇ ‌ଅନେକ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି  ପର୍ଣ୍ଣୱେବସାଇଟରେ ପ୍ରସାରଣ କରାଯାଉଛି। ଏହି ୱେବସାଇଟ ଗୁଡ଼ିକ ଭାରତ ବାହାରେ ତିଆରି କରାଯାଉଛି। ଏଭଳି ଭିଡିଓ ଯୋଗୁ ସାଇବର କ୍ରାଇମ ବୃଦ୍ଧି ପାଉଛି।  ତେଣୁ ଏହି ପର୍ଣ୍ଣ ୱେବସାଇଟକୁ ବନ୍ଦ କରିବା ପାଇଁ ସରକାର ପଦେକ୍ଷନେଇଛନ୍ତି।