ଆପ୍‌ କାର୍ଯ୍ୟାଳୟରେ କୁମାର ବିଶ୍ୱାସଙ୍କ ବିରୋଧରେ ଲାଗିଲା ପୋଷ୍ଟର

ନୂଆଦିଲ୍ଲୀ: ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟିର କାର୍ଯ୍ୟାଳୟ ବାହାରେ ଆପ୍‌ ନେତା କୁମାର ବିଶ୍ୱାସଙ୍କ ବିରୋଧରେ ଏକ ପୋଷ୍ଟର ମରାଯାଇଛି। ଯେଉଁଥିରେ କୁମାର ବିଶ୍ୱାସଙ୍କୁ  ବିଶ୍ୱାସ ଘାତକ ଓ ଧୋକାବାଜ୍‌ କହିବା ସହିତ ଦଳରୁ ବାହାରିଯିବା ପାଇଁ ଦାବି କରାଯାଇଛି। ଏହାସହିତ ପୋଷ୍ଟରରେ ଲେଖାଯାଇଛି,“ ଭାଜାପା କା ୟାର ହୈ, କବି ନେହିଁ ଗଦ୍ଦାର ହୈ, ଏସେ ଧୋକା ବାଜ୍‌ କୋ ବାହାର୍‌ କରୋ… ବାହାର୍‌ କରୋ।”

ଏହି ପୋଷ୍ଟର କେଉଁ ବ୍ୟକ୍ତି ମାରିଛି ତାହା ଜଣାପଡି ନାହିଁ।

ଏଇ କିଛି ଦିନ ହେବ ଆପ୍‌ ନେତା କୁମାର ବିଶ୍ୱାସ ଓ ଦଳର ନେତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ଚର୍ଚ୍ଚା ହେଉଛି। ଏହି ପୋଷ୍ଟର ପଛରେ କିଛି ଲୋକଙ୍କ ଷଡଯନ୍ତ୍ର ଥିବା କୁହାଯାଉଛି। କାରଣ ଦଳ ଭିତରେ ଅସନ୍ତୋଷ ଗୋଟିଏ ସ୍ଥାନରେ ଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ନେତା କୁମାର ବିଶ୍ୱାସଙ୍କ ବିରୋଧରେ କୌଣସି ଆପତ୍ତିଜନକ ମନ୍ତବ୍ୟ ଦେଇ ନାହାନ୍ତି ଯାହା ଏହି ପୋଷ୍ଟରରେ ଉଲ୍ଲେଖ ରହିଛି।