ପୋଷ୍ଟରରେ ମୋଦିଙ୍କ ରାବଣ ଚିତ୍ର

ନୂଆଦିଲ୍ଲୀ: ରାଜନେତାଙ୍କ ମଧ୍ୟରେ ଅନେକ ସମୟରେ ପୋଷ୍ଟର ଯୁଦ୍ଧ ଦେଖିବାକୁ ମିଳିଥାଏ।  କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ରାମ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୋଷ୍ଟରରେ ରାବଣ ଚିତ୍ରଣକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି।   ଏଭଳି ଅନେକ ପୋଷ୍ଟର ଉତ୍ତରପ୍ରଦେଶ ଆମେଥି ଅଞ୍ଚଳରେ ଲାଗିଛି।   ଏହାକୁ ସେଠାରେ ଜଣେ କଂଗ୍ରେସ ନେତା ମାରିଥିବା ନେଇ କୁହାଯାଉଛି।   ଆସନ୍ତାକାଲି ରାହୁଲ ଗାନ୍ଧିଙ୍କ ଆମେଥି ଗସ୍ତ ରହିଛି।  ସେଠାରେ ଜନସାଧାରଣଙ୍କୁ ରାହୁଲ ଭେଟିବାର କାର୍ଯ୍ୟକ୍ରମ ରହିଛି ।  ରାହୁଲଙ୍କ ଗସ୍ତକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ ସହ ରାହୁଲଙ୍କ ସ୍ୱାଗ ଲାଗି ଏଭଳି ପୋଷ୍ଟର ମରାଯାଇଥିବା ନେଇ ଚର୍ଚ୍ଚା ହେଉଛି।