ତେଜସ୍ୱୀ ଯାଦବ ନିଖୋଜ!

ପାଟନା: ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ ନିଖୋଜ ଅଛନ୍ତି ଏବଂ ତାଙ୍କ ବାବଦରେ ସୂଚନା ଦେଲେ ପୁରସ୍କାର ମିଳିବ। ଏଭଳି ଏକ ପୋଷ୍ଟର ବର୍ତ୍ତମାନ ମୁଜାଫରପୁରଠାରେ ଦେଖିବାକୁ ମିଳୁଛି। ସ୍ଥାନୀୟ ଜଣେ ସାମାଜିକ କର୍ମୀ ତମନ୍ନା ହାଶମୀ ଏହି ପୋଷ୍ଟର ମାରିଛନ୍ତି ଏବଂ ସେ ସୂଚନାଦାତାଙ୍କୁ ୫୧୦୦ ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି।

ଏହିଁ ପୋଷ୍ଟରରେ ତେଜସ୍ୱୀ ୨୦୧୯ ଲୋକସଭା ଫଳ ବାହାରିବା ପରେ ନିଖୋଜ ଅଛନ୍ତି ବୋଲି ଲେଖାଯାଇଛି। ଏଥିରେ ଏକ ଫୋନ୍‌ ନମ୍ବର ମଧ୍ୟ ଦିଆଯାଇଛି। ଏହି ପୋଷ୍ଟର ସେତେବେଳେ ମରାଯାଇଛି ଯେତେବେଳେ ଏନ୍‌ସେଫାଇଲାଇଟ୍ସରେ ବିହାରର ୧୧୮ ଶିଶୁଙ୍କ ସମେତ ୧୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। କିନ୍ତୁ ତେଜସ୍ୱୀ ଆଶ୍ଚର୍ଯ୍ୟଜନକ ଭାବରେ ନିରବ ରହିବାକୁ ନେଇ ସମସ୍ତେ ସମାଲୋଚନା କରିବା ଆରମ୍ଭ କରିଛନ୍ତି। ତାଙ୍କ ଦଳର ନେତା ରଘୁବଂଶ ପ୍ରସାଦ ସିଂହ କହିଛନ୍ତି, ” ପ୍ରକୃତରେ ସେ ଏବେ କେଉଁଠି ମୁଁ ଜାଣିନି । ବୋଧହୁଏ ସେ ବିଶ୍ୱକପ୍‌ ଦେଖିବାକୁ ପଳାଇଥିବେ। କିନ୍ତୁ ମୁଁ ଠିକ୍‌ ଜାଣିନି।”