ପାକିସ୍ତାନର କ୍ୱେଣ୍ଟା ଆତ୍ମଘାତୀ ବୋମା ବିସ୍ଫୋରଣ: ୯ ମୃତ, ୪୦ ଆହତ 

କରାଚୀ: ପାକିସ୍ତାନର କ୍ୱେଣ୍ଟରେ ରବିବାର ତାଲିବାନୀ ଆତଙ୍କବାଦୀଙ୍କ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟାଇଛନ୍ତି। ଏଥିରେ ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ପ୍ରାଣ ହରାଇଥିବା ୯ ଜଣଙ୍କର ମଧ୍ୟରେ ୪ ଜଣ ସୁରକ୍ଷାକର୍ମୀ, ଜଣେ ୯ ବର୍ଷର ବାଳିକାଙ୍କ ସମେତ ୫ଜଣ ଲୋକ ଅଛନ୍ତି।

କ୍ୱେଣ୍ଟରେ ସେନା ଗାଡିକୁ ଟାର୍ଗେଟ କରି ତାଲିବାନୀ ଆତଙ୍କବାଦୀମାନେ ଏହି ଆତ୍ମଘାତୀ ବୋମା ବିସ୍ଫୋରଣ କରିଥିଲେ। ଏଥିରେ ଆହତ ୪୦ରୁ ଅଧିକ ଲୋକଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବିସ୍ଫୋରଣ ପରେ ସେନା ସହରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।