ସାଂସଦଙ୍କୁ ଆଜୀବନ କାରାଦଣ୍ଡାଦେଶ

ହଜାରିବାଗ୍‌: ଆର୍‌ଜେଡି ନେତା ତଥା ପୂର୍ବତନ ସାଂସଦ  ପ୍ରଭୁନାଥ ସିଂହଙ୍କୁ ହଜାରିବାଗ୍‌ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହିତ ତାଙ୍କ ଭାଇ ଦୀନାନାଥ ସିଂହ ଓ ରିତେଶ ସିଂହଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ ହୋଇଛି। ୨୨ ବର୍ଷ ତଳର ଏକ ହତ୍ୟା ମାମଲାରେ ଏମାନେ କୋର୍ଟରେ ଦଣ୍ଡିତ ହୋଇଛନ୍ତି।

୨୨ ବର୍ଷ ତଳେ ଅଶୋକ ସିଂହଙ୍କୁ ହତ୍ୟା କରାଯାଇଥିଲା। ଏହାର ଶୁଣାଣି କରି କୋର୍ଟ ପ୍ରଭାସ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଭିଡିଓ କନ୍‌ଫରେନ୍ସି ଜରିଆରେ ଦଣ୍ଡାଦେଶ ଶୁଣାଇଛନ୍ତି।

୩ ଜୁଲାଇ ୧୯୯୫ରେ ପାଟନାରେ ତତ୍‌କାଳୀନ ବିଧାୟକ ଅଶୋକ ସିଂହଙ୍କୁ ତାଙ୍କ ସରକାରୀ ବାସଭବନରେ ବୋମା ଲଗାଇ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ପ୍ରଭୁନାଥଙ୍କୁ ହରାଇ ଅଶୋକ ବିଧାୟକ ହୋଇଥିଲେ।

ରିପୋର୍ଟ ଓ ଫଟୋ- ଆଜ୍‌ତକ୍‌